ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଭୁବନେଶ୍ୱର ଶ୍ରମିକ ଭବନଠାରେ ଅଲ୍ ଓଡ଼ିଶା ପ୍ରାଇମେରୀ ଟିଚରର୍ସ ଆସୋସିଏସନର ସାଂଗଠନିକ ସମ୍ପାଦକ ପଦ୍ମଲୋଚନ ନାୟକ ଓ ରଘୁନାଥ ପୁରୀଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଇଙଚଞଇର ସଭାପତି ସୁଶାନ୍ତ କୁମାର ବେହେରା ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ଓଡ଼ିଶାର ପ୍ରାୟ ୨୧ଟି ଜିଲ୍ଲାର ଜିଲ୍ଲା ନେତୃତ୍ୱ ଓ ବିଭିନ୍ନ ସଂଗଠନର ଶୀର୍ଷ ନେତୃତ୍ୱମାନେ ଯୋଗ ଦେଇଥିଲେ । ପ୍ରାଥମିକ ଶିକ୍ଷକମାନଙ୍କର ମୂଳଦାବି ମାଟ୍ରିକ ସିଟି ପୋଷ୍ଟରୁ +୨ ସିଟି ପୋଷ୍ଟକୁ ଅପଗ୍ରେଡ଼ କରାଯିବା ସହିତ ମୂଳ ଦରମାକୁ ୪୨୦୦/- ଗ୍ରେଡ଼ ପେ ଅନୁଯାୟୀ ୩୫୪୦୦/- ଟଙ୍କା ପ୍ରଦାନ କରିବା ଓ ଓଡ଼ିଶା ମାଟିରେ ପ୍ରାଥମିକ ଶିକ୍ଷକମାନଙ୍କ ଠାରୁ ଲଗା ଯାଇଥିବା ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରି ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ସହିତ ୬ ବର୍ଷକୁ ମୂଳ ଚାକିରିରେ ଗଣନା କରିବା ଦାବିକୁ ପୂରଣ କରିବା ପାଇଁ ଦୀର୍ଘବର୍ଷ ଧରି ଆନ୍ଦୋଳନ ଜାରି ରହିଅଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ପ୍ରାଥମିକ ଶିକ୍ଷକଙ୍କୁ ସେଭଳି ସଫଳତା ମିଳିପାରି ନାହିଁ । ଏହି ଦୃଷ୍ଟିକୋଣରୁ ସଂଘମାନଙ୍କର ଏକତା ଓ ଦାବି ପୂରଣକୁ ନେଇ ପାଖାପାଖି ଦୁଇଘଣ୍ଟା ଧରି ବିଭିନ୍ନ ସଂଗଠନ ବିତର୍କରେ ଭାଗ ନେଇଥିଲେ ।ଏଥିରେ ପୁନର୍ବାର ୟୁପିଟଏଫ୍‌କୁ ଜାଗ୍ରତ କରିବା ଓ ପୂର୍ବର ସମସ୍ତ ସଂଗଠନ ଗୁଡ଼ିକୁ ଏକାଠି କରାଇବା ଓ ଶିକ୍ଷକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖି ଦାବି ହାସଲ କରିବା ନେଇ ଆଲୋଚନା ହୋଇଥିଲା । ଏଥିରେ ଆଗାମୀ ଦିନ ପାଇଁ ସଂଘ ଏକତାକୁ ଗୁରୁତ୍ୱ ଦେବା ସହ ଏକ ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରାଯାଇଅଛି । ପରବର୍ତ୍ତୀ ସମୟରେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଗୁଡ଼ିକୁ ଏକତ୍ରିତ କରାଇ ଆଗାମୀ ଦିନରେ ଦାବି ହାସଲ କରିବାର ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଆଲୋଚନା ହୋଇଅଛି । ଉକ୍ତ ବୈଠକରେ ଜିଲ୍ଲା ଟଚଞୠ ଓ ବ୍ଲକ ଟଚଞୠ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ସରକାରଙ୍କ ସହିତ ଦାବି ହାସଲ ପାଇଁ ଚାଲିଥିବା ଆଲୋଚନାକୁ ୟୁପିଟିଏଫ୍‌ର ବିଭିନ୍ନ ସଂଘର କମିଟିକୁ ତ୍ୱରାନ୍ୱିତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଡବଲ ଇଞ୍ଜିନ୍‌ର ସରକାର ଓଡ଼ିଶାର ଦୀର୍ଘଦିନର ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ଯୁଦ୍ଧକାଳୀନଭିତ୍ତିରେ ସମାଧାନ କରିବା ପାଇଁ ୟୁପିଟିଏଫ୍ ପ୍ରସ୍ତାବ ରଖିବା ପାଇଁ ସ୍ଥିର କରାଯାଇଛି । ଆଗାମୀ ଦିନରେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଗଠନଗୁଡ଼ିକୁ ନେଇ ଏକ ମୁଖ୍ୟ କମିଟି ଗଢା ଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ବୈଠକରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଜିଲ୍ଲା, ବ୍ଲକ ଓ ରାଜ୍ୟ ଶିକ୍ଷକ ନେତୃତ୍ୱ ଓ ଅନେକ ସଂଗଠନ ସକ୍ରିୟ ଅଂଶଗ୍ରହଣ କରିଥିଲେ । ନୂଆ ସରକାର ଆସିବା ପରେ ଶିକ୍ଷକଙ୍କ ଦାବିକୁ ପ୍ରାଥମିକତା ଦେବା ପାଇଁ ଗୃହ ତରଫରୁ ସରକାରଙ୍କୁ ଶୀଘ୍ର ନିବେଦନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଇଙଚଞଇ, ଏଋଞଇ, ଙଏଋଞଇ, ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲା ସଂଗଠକମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ବୈଠକରେ ବିଭିନ୍ନ ସଂଗଠନର ଶିକ୍ଷକ ନେତୃତ୍ୱ ଯଥା ସୁଶାନ୍ତ କୁମାର ବେହେରା, ବଙ୍କିମ ଚନ୍ଦ୍ର ସାଗର, ମଳୟ ଜେନା, ସୁନିଲ କୁମାର ପ୍ରଧାନ, ସୁମନ୍ତ ପାଲ, ଅଳକା ମିଶ୍ର, ରୁପମା ଗୁରୁ, ପ୍ରମୋଦ ପ୍ରଧାନ, ପ୍ରବୀଣ ଦାସ, ସୋମନାଥ ଗରଡ଼ା, ଚାରୁଚନ୍ଦ୍ର ବେହେରା, ଉତ୍ତମ କୁମାର ଦାସ, ଚନ୍ଦ୍ରକାନ୍ତି ମିଶ୍ର, ଧନୁର୍ଜୟ ନାୟକ, ଲକ୍ଷ୍ମୀଧର ବେହେରା, ଶେଷଦେ ସାମଲ, କୁବେର ମହାପାତ୍ର, ମହେଶ୍ୱର ପ୍ରଧାନ, ଶ୍ରୀଧର ପରିଡ଼ା, ଗୋପବନ୍ଧୁ ଦେହୁରୀ, ନିରୋଦ ଦାସମହାପାତ୍ର ଆଦି ବରିଷ୍ଠ ନେତାମାନେ ଯୋଗଦାନ କରିଥିଲେ । ଆଗାମୀ ବୈଠକ ଖୁବ୍ ଶୀଘ୍ର ଡକାଯିବା ପାଇଁ ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ