ବିଭିନ୍ନ ବିଦ୍ୟାଳୟରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ

ହାଟଡିହି, (ବିକାଶ ବିଶ୍ୱାଳ ) : ସ୍ୱାଧିନତାର ୭୫ତମ ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସପ୍ତାହ ପାଳିତ ହୋଇଛି । ୧୧ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ସପ୍ତାହ ଅବସରରେ ବାଙ୍ଗୋର ସରକାରୀ ହାଇସ୍କୁଲରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଂଗୀତ ଗାନ କରିଥିଲେ । ପରେ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ପ୍ରଭାତ ଫେରୀ କରିବା ସହିତ ‘ହରଘର ତ୍ରୀରଙ୍ଗା’  ପାଳନର ମହତ୍ୱ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ପ୍ରଧାନ ଶିକ୍ଷକ ସୁରେଶ କୁମାର ଖମାରୀ, ଶଶି ଭୁଷଣ ପୁହାଣ, ଶିବନାରାୟଣ ସେଠୀ, ମାମାଲୀସା ବାରିକ, ସୁଚିସ୍ମିତା ରାଉତ, ଅନନ୍ତ ରାଉତ, ମଧୁସ୍ମିତା ଧଳ, ଅନ୍ନପୁର୍ଣ୍ଣା ଦଳେଇ, ରୁପେଲି ଆୟଚ, ଦେବାଶିଷ ଜେନା, କେଶବ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ । ସେହିପରି ସୋସୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ   ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ପ୍ରଭାତଫେରୀ କରିବା ସହିତ ‘ହରଘର ତ୍ରୀରଙ୍ଗା’  ପାଳନର ମହତ୍ୱ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଏଥିରେ ଶିକ୍ଷକ ଗୀତାୟ୍ଜଳୀ ରାଉତ, ସ୍ନେହଲତା ରାଉତ, ଅଙ୍ଗୁରୁବାଳା ସେନାପତି, ସୁସନ୍ଧ୍ୟା ପ୍ରୀୟଦର୍ଶନୀ ମହାନ୍ତି, ଲକ୍ଷ୍ମୀପ୍ରୀୟା ସାହୁ, ଦମୟନ୍ତୀ ପହି, ପବିତ୍ର କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ