ବିଭିନ୍ନ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଲକରେ ଥିବା କେତେକ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ବ୍ୟବସ୍ଥା ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର।ଏଥିସହ ବଦାଙ୍ଗୀ ସ୍ମାର୍ଟ ସ୍କୁଲର ନିର୍ମାଣଧିନ କାର୍ଯ୍ୟ ତଦାରଖ କରିଥିଲେ।ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଏବଂ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଣ ନିମନ୍ତେ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ ଉପସ୍ଥିତ ଥିଲେ।


