ବିଭିନ୍ନ ବୁଥରେ ଚାଲିଛି ଇଭିଏମ ଭିଭିପାଟ୍ ତାଲିମ, ଆସୁନାହାନ୍ତି ଭୋଟର

ହାଟଡିହି, (ବିକାଶ ବିଶ୍ୱାଳ ) : ସାଧାର ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏବେ ସରକାର୍କ ପକ୍ଷରୁ ବିଭିନ୍ନ ବୁଥ ମାନଙ୍କରେ ଭୋଟର ମାନଙ୍କୁ ଇଭିଏମ ଓ ଭିଭିପାଟ୍ ବ୍ୟବହାରର ତାଲିମ ପ୍ରଦାନ କରାଯାଉଛି । କିନ୍ତୁ ଭୋଟର ମାନଙ୍କୁ ପୁର୍ବରୁ ଏନେଇ ସୁଚନା ଠିକ୍ ଭାବେ ଦିଆଯାଉ ନଥିବାରୁ ଭୋଟର ମାନେ ସଚେତନ ହେବାକୁ ଆସୁ ନାହାନ୍ତି । ଯାହାକି ଏହି ତାଲିମ ପ୍ରଦାନର ଉଦେ୍ଦଶ୍ୟ ପୁରଣ ହୋଇପାରୁ ନାହିଁ ବୋଲି ଆଲୋଚନା ହେଉଛି । ଦଧିବାବନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୨୭ନଂ ବୁଥ ଓ ଆମ୍ବଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୪୦ନଂ ବୁଥରେ ଅନୁଷ୍ଠିତ ଏହି ତାଲିମକେନ୍ଦ୍ରରେ କନିଷ୍ଠଯନ୍ତ୍ରୀ ରବିନ୍ଦ୍ର କୁମାର ସୋରେନ, ସିଆରସିସି କେଶବ ଚନ୍ଦ୍ର କର, ଓ କର୍ମଚାରୀ ସୁଦର୍ଶନ ଘଡେଇ ପ୍ରମୁଖ ଉପସ୍ଥିତ ରହି ଭୋଟର ମାନଙ୍କୁ ଇଭିଏମ ଓ ଭିଭିପାଟ୍ ବ୍ୟବହାରର ଡେମୋ ପ୍ରଦର୍ଶନ କରିଥିଲେ । ଭୋଟର ମାନେ ଏଭିଏଏମରେ ଦେଉଥିବା ଭୋଟ ଠିକରେ ଦିଆଗଲା କି ନାହିଁ ତାହା ଭୋଟର କିପରି ଜାଣିପାରିବ ସେନେଇ ଭୋଟର ମାନଙ୍କୁ ସଚେତନ କରାଯାଇଥିଲା । କିନ୍ତୁ ଭୋଟର ମାନଙ୍କୁ ଏନେଇ ପୁର୍ବରୁ ସୁଚନା ଦିଆଯାଇ ନଥିବାରୁ ବହୁ କମ ସଂଖ୍ୟକ ଭୋଟର ଏହି କେନ୍ଦ୍ରକୁ ଆସି ତାଲିମ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ