ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ମାସ ଭିତରେ ଶ୍ରେଷ୍ଠ ମାସ କାର୍ତ୍ତିକ ମାସ । ଆଜି ଠୁ ଆରମ୍ଭ ଧର୍ମର ମାସ । ହବିଶିଆଳି ମାନେ ଆଜିଠୁ କାର୍ତ୍ତକ ବ୍ରତ ଆରମ୍ଭ କରିଥାନ୍ତି । ଏହା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମା ପର୍ଯ୍ୟନ୍ତ ମାସେ ଧରି ଚାଲିବ । ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବାରୁ ବିଭିନ୍ନ ଶୈବ ପୀଠରେ ଲାଗିରହିଛି ଭ୍କ୍ତଙ୍କ ଭିଡ । ବିଶ୍ୱାସ ରହିଛି କାର୍ତ୍ତିକ ମାସ ର ପ୍ରତ୍ୟକ ସୋମବାର ଦିନ ମହାଦେବ ଶିବ ଙ୍କ ମୁଣ୍ଡରେ ଜଳାଭିଶେକ କଲେ ବହୁ ପାପରୁ ମୁକ୍ତି ମିଳିଥାଏ । ମହାଦେବଙ୍କ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତି ମିଳିଥାଏ । ଏହି ଦିନ ମହାଦେବଙ୍କୁ ଦର୍ଶନ କରିବା ଲାଗି ବହୁ ଭକ୍ତ ସକାଳୁ ସକାଳୁ ଉଠି ମହାବେବଙ୍କ ପିଠରେ ଭିଡ ଜମାଇଥାନ୍ତି । ଆଜି ଏହି ଅବସରରେ ଛତ୍ରପୁରର ବିଭିନ୍ନ ଶୈବ ପୀଠରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଛତ୍ରପୁର ସହର ର ଆଗ୍ରାହରମ ସାଦ୍ସ୍ିତ ଗୌରୀଶଙ୍କର ମନ୍ଦିର, ନ୍ୟିୁଉ ପୁଲିସ ଲାଇନ ସ୍ଥିତ ବୀରେଶ୍ୱର ମନ୍ଦିର, ପୁତିଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ମନ୍ଦିର, ପୁରୁଣାପାଟଣା ସ୍ଥିତ ଧବଳେଶ୍ୱର, ସରକାରୀ ଆଇଟିଆଇ ନିକଟ ରେ ଥିବା ହରିଣେଶ୍ୱର ମନ୍ଦିର , ନୀଳକଣ୍ଠ ସାହି ସ୍ଥିତ ନୀଳକଣ୍ଠେଶ୍ୱର, ରିକାପଲ୍ଲୀ ସ୍ଥିତ ଚନ୍ଦ୍ରଶେଖର, ତାଡେପଲ୍ଲୀ ଜଗନ୍ନାଥ ମନ୍ଦିର ସ୍ଥିତ କାଶିବିଶ୍ୱନାଥ, ଚମାଖଣ୍ଡି ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ଏବଂ ଆଖପାଖ ଶୈବ ପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ମାନେ ଧାଡିରେ ଠିଆ ହୋଇ ମହାଦେବଙ୍କ ଦର୍ଶନ କରିଥିଲେ । ଭକ୍ତ ମାନଙ୍କ ସୁରକ୍ଷା କୁ ଦୃଷ୍ଠିରେ ରଖି ମନ୍ଦିର କମିଟି ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି ମାସରେ ସମସ୍ତ ହବିଶିଆଳୀମାନେ କାର୍ତ୍ତିକ ବ୍ରତ ପାଳନ କରିବା ସହିତ ରାଧା ଦାମୋଦର ବ୍ରତ ମଧ୍ୟ ପାଳନ କରୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମନ୍ଦିର ମାନଙ୍କରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।