ବିଭିନ୍ନ ସଂଗଠନ ପକ୍ଷରୁ ପୋଲିସ ପ୍ରଶାସନକୁ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଦିନରାତି ପାଟ୍ରୋଲିଂ ସହ ସଚେତନତା ଜାରି ରଖିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳରେ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବର୍ଦ୍ଧିତ କରୁଥିବା ବେଳେ ଦାରିଙ୍ଗବାଡ଼ିର କିଛି ମହିଳା ପ୍ରଡ୍ୟୁସର ଗ୍ରୁପ୍‌ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମାସ୍କ ସହ ବିସ୍କୁଟ, ଥଣ୍ଡା ପାନୀୟ ପ୍ରଦାନ କରାଯାଇଛି। ମହିଳା ଗ୍ରୁପ୍‌ର ବିଳାସିନୀ ନାୟକଙ୍କ ସମେତ ସୁଷମା ସିଂ, ରମଣି ପ୍ରଧାନ, ବୈଜୟନ୍ତୀ ପ୍ରଧାନ ପ୍ରମୁଖ ବହୁ ମହିଳା ନିଜ ହାତ ପାଣ୍ଠିରୁ ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ପ୍ରଦାନ କରିବା ସହ ପୋଲିସ ବାହିନୀଙ୍କୁ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ