ବିଭିନ୍ନ ସମସ୍ୟାକୁ ନେଇ ଓଁମଶାନ୍ତି କଲୋନୀ ବାସୀ ପାରଳା ପୌରପ୍ରଶାସନର ଦ୍ୱାରସ୍ତ ହେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ବିଭିନ୍ନ ସମସ୍ୟାକୁ ନେଇ ଓଁମଶାନ୍ତି କଲୋନୀ ବାସୀ ପାରଳା ପୌରପ୍ରଶାସନର ଦ୍ୱାରସ୍ତ ହୋଇଥିବାର ଜଣାପଡିଛି । ଆଜି ଉଲ୍ଲେଖିତ କଲୋନୀ ନୀବାସୀମାନେ ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ ଓ ପାରଳା ପୌର ନିର୍ବାହୀ ଅଧିକାରୀ ଜ୍ଞାନରଂଜନ ମାଝୀଙ୍କୁ ଭେଟି ସମସ୍ୟା ସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ବିଗତ କିଛି ବର୍ଷ ହେଲା ଆମ୍ଭେ ଘୋର ଅଶାନ୍ତି ମଧ୍ୟରେ ବସବାସ କରିଆସୁଅଛୁ । ଏନେଇ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ଆପଣମାନଙ୍କୁ ଅବଗତ କରିଥିଲେ ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ଆଉଥରେ ଆପଣଙ୍କ ଅବଗତ କରାଇବାକୁ ବାଧ୍ୟ ହେଉଛୁ ବୋଲି ପ୍ରକାଶ କରି ବର୍ତମାନ ଯେଉଁ ସମସ୍ୟା ଲାଗିରହିଛି ତାହାକୁ କେବଳ ଆପଣମାନଙ୍କ ହସ୍ତକ୍ଷେପ ଜରୁରୀ ବୋଲି ନିବେଦନ କରିଛନ୍ତି । ଆମ୍ଭ ଅଞ୍ଚଳ ତଥା ଓଁମ୍ଶାନ୍ତି କଲୋନୀ ନୀବାସୀ ମଦ୍ୟପମାନଙ୍କ ଦୈରାତ୍ମ୍ୟର ଦୈନନ୍ଦିନ ଶୀକାର ହେଉଛୁ । ଆମ୍ଭ ଅଞ୍ଚଳର ମା ଭଉଣୀ ମାନେ ଯାତାୟତ କରିବାପାଇଁ ଦିନରେ ବି ଭୟ କରୁଛନ୍ତି । ମଦ୍ୟପମାନେ ଆମ୍ଭ ଅଂଚଳ ଚତୁର୍ଥ ଲେନ୍ର ପଛପଟେ ଥିବା ବସ୍ତିରେ ମଦ୍ୟପାନ କରି ଓଁମ୍ଶାନ୍ତି କଲୋନୀର ମୁଖ୍ୟରାସ୍ତାରେ ଉଲଗ୍ନ ଅବସ୍ଥାରେ ଗଡତଡ ଅବସ୍ଥାରେ ପଡି ରହୁଛନ୍ତି । ଏହା ସହ ଯାଆସ କରୁଥିବା ମହିଳା, ଯୁବତୀ ଏପରିକି ବୃଦ୍ଧବୃଦ୍ଧାଙ୍କୁ ଅସଭ୍ୟ ଇଙ୍ଗିତ କରିବା ସହ ଅସଭ୍ୟଭାଷାରେ ଗାଳିଗୁଲଜ କରିଥାନ୍ତି । ଯାହାକି ଦୈନନ୍ଦିନ ଘଟୁଅଛି । ପ୍ରତିବାଦ କଲେ ଓଲଟା ମାରପିଟ କରିବାକୁ ଆସୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହା ସହ ଆମ୍ଭ ଅଞ୍ଚଳର କିଛି ଜାଗା ବା ପ୍ଲଟକୁ ଏବଂ ପୌରପରିଷଦର କିଛି ଜାଗାକୁ ଓଁମ୍ଶାନ୍ତି କଲୋନୀ ୪ର୍ଥ ଲେନ୍ ପଛପଟେ ଥିବା ବସ୍ତିର ଲୋକେ ଜରଜବରଦସ୍ତି କରି ଅକ୍ତିଆର କରିବା ପାଇଁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ଆମ୍ଭେ ଶାନ୍ତି ପ୍ରକ୍ରିୟାରେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥେଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି । ଏହାସହ ଏକ ଘରୋଇ ପ୍ଲଟରେ ଶୌଚାଳୟ ନିର୍ମାଣ ପାଇଁ ଯୋଜନା କରିଥିବାର ମଧ୍ୟ ଜାଣିବାକୁ ପାଲୁ । ଏପରି ସ୍ଥଳେ ଆମ୍ଭେ ନିରୁପାୟ ଅଟୁ । ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛୁ ଯେ, ଓଁମ୍ଶାନ୍ତି କଲୋନୀର ୪ର୍ଥ ଲେନ୍ ରାସ୍ତାର ପାଶ୍ୱର୍ ଓ ପଛପଟେ କିଛି ବେସରକାରୀ ଓ ମ୍ୟୁନିସିପାଲିଟିର ଜାଗା ରହିଛି । ଏହାକୁ ସେମାନେ ଅକ୍ତିଆର କରି ନେବାକୁ ଚାହୁଁଛନ୍ତି । ଏପରି ସ୍ଥଳେ ମ୍ୟୁନିସିପାଲିଟିକୁ ଅନୁରୋଧ କରୁଅଛୁ ଯେ, ସଠିକ ଜାଗା ଚିହ୍ନଟ କରି ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ମଧ୍ୟ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଓଁଶାନ୍ତି କଲୋନୀର ୪ର୍ଥ ଲେନ୍ କୁ ଯିବାକୁ ହେଲେ ମାତ୍ର ଗୋଟି ପଟହିଁ ରାସ୍ତା ରହିଛି । ଅନ୍ୟ ଲେନ୍ ଗୁଡିକରେ ଉଭୟ ଉପର ମୁଣ୍ଡ ଓ ତଳମୁଣ୍ଡରେ ରାସ୍ତା ରହିଛି । ତେଣୁ ଉପର ମୁଣ୍ଡରେ ରାସ୍ତାର ବ୍ୟବସ୍ଥା କରିଦେଲେ ଉପକୃତ ହୋଇପାରନ୍ତୁ ବୋଲି ଜଣାଇବା ସହ ଉକ୍ତ ବସ୍ତି ଅଂଚଳର ଲୋକେ ଜବରଦସ୍ତିଭାବେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଛାଯାଇଥିବା ମୁଖ୍ୟ ପାଇପ ଲାଇନକୁ କାଟି ନିଜ ଅଂଚଳକୁ ପାଇପ ଯୋଗେ ନେଇଛନ୍ତି । ନିଜସ୍ୱ ଉଦ୍ଦ୍ୟମରେ ସେମାନେ କାହାରିକୁ ନ ଜଣାଇ ଏପରି କରିଛନ୍ତି । ଏପରି ପ୍ରାୟ ୫ରୁ ଉର୍ଦ୍ଧ ପାଇପ ଲାଇନ ନେଇଛନ୍ତି । ଯଦ୍ୱାରା ଆମ୍ଭ ଅଂଚଳରେ ଥିବା ଘର ଗୁଡିକୁ ଖୁବ କମ୍ ସମୟ ପାଇଁ ପାଣି ଆସୁଛି । ଏହାର ବିଧିବଧ ତଦନ୍ତ କରି ନ୍ୟାୟ ପ୍ରଦାନ କଲେ ଶାନ୍ତିରେ ଜୀବନଯାପନ କାଳାତିପାତ କରିବୁ ବୋଲି ଜଣାଇଛନ୍ତି । ଯଦି ଏସବୁ ସମସ୍ୟାର ସମାଧାନ ତୁରନ୍ତ ନ ହୁଏ ତେବେ ଆସନ୍ତା ୭ଦିନ ପରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ମଧ୍ୟ ଜଣାଇଛନ୍ତି ।