ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): କଣମଣା ଗ୍ରାମପଂଚାୟତ ଅନ୍ତର୍ଗତ ଟାକିରିଆବ୍ରହ୍ମପୁର ନିକଟସ୍ଥ ୫୧୬ ରାଜପଥ ତାର ଅଛି । ଆଇଆରଇ ଓ ଗୋପାଳପୁର ବନ୍ଦରକୁ ଯାତାୟତ ରାସ୍ତା ତଥା ରେଳଲାଇନ ପାଖରେ ଥିବା ଏକ ବିରାଟକାୟ ବରଗଛ ମହାବାତ୍ୟାରେ ସୁଖି ରହିଥିବା ବେଳେ ବିପଦସଂକୁଳ ଅବସ୍ଥାରେ ପଡିରହିଛି । ରାସ୍ତାରେ ଖଣ୍ଡେ ଖଣ୍ଡେ ହୋଇ ପଡୁଅଛି । ଏହି ରାସ୍ତା ଦେଇ ଆର୍ଯ୍ୟପଲ୍ଲୀ , କାଳିପଲ୍ଲୀ , କଣମଣା ଓ ଗୋପାଳପୁର ବନ୍ଦର ଏବଂ ଆଇଆରଇ କଂପାନୀର ସମସ୍ତ କର୍ମଚାରୀ ଯିବା ଆସିବା କରୁଥିବା ବେଳେ ପ୍ରତି ଦିନ ଶହ ଶହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ଯିବା ଆସିବା କରୁଛନ୍ତି । ଏପରି ଭାବେ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ନଡିଆ ଗଛ ମଧ୍ୟ ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି । ଏହି ଗଛ ଟି ସମ୍ପୂର୍ଣ୍ଣ ଭାବେ ସ୍କୁଲରେ ଥିବା ଟିଣ ଚଦର ଘର ଉପରେ ରହିଛି । କୈାଣସି ସମୟରେ ଘର ଉପରେ ବା କୈାଣସି ଛାତ୍ରଛାତ୍ରୀଙ୍କ ଉପରେ ପଡିବାର ସମ୍ପାବନା ରହିଛି । ଏହି ତିନି ଗୋଟି ବିପଦକୁ ଗୁରୁତ୍ୱର ସହ ବିଚାର କରିବାସହ କୈାଣସି ଜୀବନ ନଷ୍ଟ ହେବା ପୂର୍ବରୁ ଏହି ସବୁ କାର୍ଯ୍ୟ ତ୍ୱାରାନୀତ କରିବା ପାଇଁ କଣମଣା ସରପଂଚ ଏସ.ଚକ୍ରପାଣି ରେଡ୍ଡୀ ଆଜି ଛତ୍ରପୁର ଉପଜିଲ୍ଲାପାଳ ଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।