ବିଭିନ୍ନ ସମସ୍ୟା ଉପରେ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) , ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନସଭାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ବିଭିନ୍ନ ବିଭାଗ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ସହ ଏହାର ସମାଧାନ ନିମନ୍ତେ କଣ କାର୍ଯ୍ୟ ହୋଇଛି ତା ଉତ୍ତର ପଚାରିଥିଲେ । ବିଧାୟକ ପ୍ରଶ୍ନ ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ରାଜ୍ୟରେ ଚଳିତ ବର୍ଷ ନୂତନ ପୋଲିସ ଥାନା ଖୋଲିବାର ପ୍ରସ୍ତାବ ଅଛି କି,ଯଦି ଅଛି କେବେ ଖୋଲା ଯିବ ? ତାହାର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ(ସ୍ୱରାଷ୍ଟ୍ର) ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ସ୍ଥଳବିଶେଷରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୁତନ ଥାନା ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନେଇଥାନ୍ତି । ବେହେରା ପ୍ରଶ୍ନ କରିଥିଲେ ଯେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ଅନୁଗ୍ରହ କରି କହିବେ କି ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବସୁଧା ଯୋଜନାରେ ୨୦୩.୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ଗଂଜାମ ବ୍ଳକର ୫୫ ଗୋଟି ଗ୍ରାମ ସମେତ କୃଷ୍ଣପ୍ରସାଦ ବ୍ଳକକୁ ଋଷିକୂଲ୍ୟା ନଦୀରୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଅଛି । ଉକ୍ତ ପ୍ରକଳ୍ପର ମୁଖ୍ୟ ପାଇପ ଲାଇନ ଯାଇଥିବା ପାଶ୍ୱର୍ବର୍ତ୍ତି ୧୬ ଗୋଟି ଜଳକଷ୍ଟ ଗ୍ରାମକୁ ଉକ୍ତ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି ବେଂ ଏଥି ନିମନ୍ତେ ଆନୁସାଙ୍ଗିକ ସର୍ଭେ ଓ ବଜେଟ ବ୍ୟବସ୍ଥା କରାଯାଇ ଅଛି କି?ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ୍ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବସୁଧା ଯୋଜନାରେ ୨୦୩.୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ଗଞ୍ଜାମ ବ୍ଳକର ୫୫ ଗୋଟି ଗ୍ରାମ ସମେତ କୃଷ୍ଣପ୍ରସାଦ ବ୍ଳକକୁ ଋଷିକୂଲ୍ୟା ନଦୀରୁ ପାନୀୟ ଜଳ ଯୋଗାଣ ନିମନ୍ତେ ଉକ୍ତ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଅଛି । ଏହି ପ୍ରକଳ୍ପର ମୁଖ୍ୟ ପାଇପ ଲାଇନ ଓ ବିତରଣ ପାଇପ ଲାଇନ ର ୧୬ ଗୋଟି ଗ୍ରାମ ମଧ୍ୟରୁ ୧୦ଟି ଗ୍ରାମରେ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି । ଅବଶିଷ୍ଟ ୬ଗୋଟି ଗ୍ରାମ ମଧ୍ୟରୁ୧ ଗୋଟି ଗ୍ରାମକୁ ବସୁଧା ଯୋଜନାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ଓ ତିନିଗୋଟି ଗ୍ରାମକୁ ଏମଏଲଏ ଲାଡ ଯୋଜନାରେ ପାଇପ ଜଳ ଯୋଗାଣ ପକଳ୍ପ ପାଇଁ ଟେଣ୍ଡେର ଆହ୍ୱାନ କରାଯାଇ ବିଚାରାଧୀନ ଅଛି ଏବଂ ୨ ଗୋଟି ଗ୍ରାମ ପାଇଁ ଜଳଉତ୍ସ ସ୍ଥାପନ କରାଯାଇ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଚାଲୁଅଛି । ଚଳିତ ବର୍ଷ ୨୦୧୯-୨୦ ଶେଷ ସୁଦ୍ଧାଏହି ୬ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ମୁଖ୍ୟ ପାଇପ ଲାଇନ ଯାଇଥିବା ଏହି ଗ୍ରାମ ଗୁଡିକୁ ଏକ ଆଉଟ ଲେଟ ପଏଣ୍ଟ ଦେବା ନିମନ୍ତେ ନିଷ୍ପତ୍ତି କରାଯାଇଛି । ବେହେରା ପଚାରିଥିଲେ ଯେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଅନୁଗ୍ରହ କରି କହିବେ କି ହୁମ୍ମାଠାରେ ଥିବା ସର୍ବ ପୁରାତନ ଶୁଖୁଆ ହାଟର ଆଧୁନିକୀକରଣ ଓ ସମ୍ପ୍ରସାରଣ କାମ ଆରମ୍ଭ ହୋଇ ମନ୍ଥର ଗତିରେ ଚାଲୁଅଛି ,କେତେ ମାସ ମଧ୍ୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପାଦିତ ହେବ । ସେହି ବିଭାଗର ମନ୍ତ୍ରୀ ଡଃ.ଅରୁଣ ସାହୁ ଉତ୍ତରରେ କହିଥିଲେ ଯେ ହୁମ୍ମାଠାରେ ଥିବା ଶୁଖୁଆ ହାଟର ଆଧୁନିକିକରଣ ପାଇଁ ପ୍ରଶାସନିକ ଅନୁମୋଦନ କରାଯାଇଛି । ମତ୍ସ୍ୟ ନିର୍ଦ୍ଦେଶକ ଓଡିଶା ଆଧୁନିକି କରଣ କାର୍ଯ୍ୟ ପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି । କାର୍ଯ୍ୟ ନିର୍ବାହୀ ସହ ହୋଇଥିବା ଚୁକ୍ତି ଅନୁଯାୟୀଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରଶ୍ନ କରିଥିଲେ ଯେ ଜଳ ସମ୍ପଦ ମନ୍ତ୍ରୀ ଅନୁଗ୍ରହ କରି କହିବେ କି ଛତ୍ରପୁର ନିକଟସ୍ଥ ତାମ୍ପରା (ମିଠାପାଣି)ହ୍ରଦର ପୁନରୁଦ୍ଧାର ନିମନ୍ତେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଏ ପର୍ଯ୍ୟନ୍ତ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ; ଆଗାମୀ ବର୍ଷରେ ଉକ୍ତ ହ୍ରଦର ଜଳ ସଂରକ୍ଷଣ ପାଇଁ କଣ ବ୍ୟୟ ବରାଦ ଯୋଜନା କରାଯାଇଛି ? ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ତାର ଉତ୍ତରରେ କହିଥିଲେ ଯେ ଛତ୍ରପୁର ନିକଟସ୍ଥ ତାମ୍ପରା(ମିଠାପାଣି)ହ୍ରଦର ପୁନରୁଦ୍ଧାର ନିମନ୍ତେ ଏ ପର୍ଯ୍ୟନ୍ତ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ମାଧ୍ୟମରେ ୨୦୨.୧୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଆଗାମୀ ବର୍ଷରେ ଉକ୍ତ ହ୍ରଦର ଜଳ ସଂରକ୍ଷଣ ପାଇଁ ଚେକଡ୍ୟାମ ନିର୍ମାଣ ପାଇଁ କୈାଣସୀ ବ୍ୟୟ ବରାଦର ଯୋଜନା କରାଯାଇ ନାହିଁ ।ଏହି ପ୍ରକଳ୍ପର ଉନ୍ନତି ପାଇଁ ପେରିଫେରି ଡାଭଲାପମେଣ୍ଟ ଯୋଜନାରେ ପ୍ରସ୍ତାବ ରହିଛି । ସେହିପରି ପ୍ରଶ୍ନ କରିଥିଲେ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅନୁଗ୍ରହ କରି କହିବେକି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ଓ ଗଂଜାମ ବ୍ଲକରେ ବହୁମୁଖୀ ବନ୍ୟା ଓବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କିଛି ପ୍ରସ୍ତାବ ରହିଛି କି ଅଧିକ ସଂଖ୍ୟାରେ ନିରାପଦ ବହୁମୁଖୀଅଶ୍ରୟସ୍ଥଳୀ ନିର୍ମାଣ ପାଇଁ ବର୍ତ୍ତମାନ ରିଲିଫ କୋର୍ଡରେ ଆବଶ୍ୟକୀୟ ସଂଶୋଧନ କରାଯିବାର ପ୍ରସ୍ତାବ ରହିଛି କି ?ତାର ଉତ୍ତରରେ ବିଭାଗୀୟ ମନ୍ତୀ ସୁଦାମ ମାରାଣ୍ଡି କହିଥିଲେ ଯେ ଓଡିଶା ଏକ ବାତ୍ୟା ଓ ବନ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ଏହାର ପ୍ରକୋପରୁ ଜନସାଧାରଣଙ୍କ ଜୀବନ ସୁରକ୍ଷା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)ଙ୍କ ଦ୍ୱାରା ଅଦ୍ୟାବଧି ୮୧୪ ଗୋଟି ବହୁମୁଖୀ ବାତ୍ୟା ଓବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଏତଦବ୍ୟତୀତ ଓଡିଶା ରାଜ୍ୟ ରେଡକ୍ରସ ସଂସ୍ଥା ଦ୍ୱାରା ୬୫ ଗୋଟି ବହୁମୁଖୀ ବତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଉପରୋକ୍ତ ଆଶ୍ରୟସ୍ଥଳୀ ମଧ୍ୟରୁ ଗଂଜାମ ଜିଲ୍ଲାର ଛତ୍ରପୁର ଓ ଗଂଜାମ ବ୍ଲକରେ ୪୦ ଗୋଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଆବ୍ୟଶକତା ଓ ଉପଲବ୍ଧ ସମ୍ବଳକୁ ଆଧାର କରି ଭବିଷ୍ୟତରେ ଛତ୍ରପୁର ଓ ଗଂଜାମ ବ୍ଲକରେ ଅଧିକ ସଂଖ୍ୟାରେ ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବ ବିଚାରକୁ ନିଆଯିବ । ଅଧିକ ସଂଖ୍ୟାରେ ନିରାପଦ ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ରିଲିଫ କୋଡରେ ସଂଶୋଧନର ଆବଶ୍ୟକତା ନାହିଁ । ପ୍ରଶ୍ନ କରିଥିଲେ ଯେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅନୁଗ୍ରହ କରି କହିବେ କି ଗଂଜାମ ସହର ଉପକଣ୍ଠ ଐତିହାସିକ ଦୂର୍ଗ ପୋତାଗଡ ର ପୁନରୁଦ୍ଧାର ପାଇଁ ତଥା ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟ୍ଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଏପର୍ଯ୍ୟନ୍ତ କେତେ ବ୍ୟୟ ବରାଦ କରାଯାଇଛି ଏବଂ ଆଗାମୀ ଦିନରେ ଏଥି ନିମନ୍ତେ କିଛି ସ୍ୱତନ୍ତ୍ର ରୂପ ରେଖ ପ୍ରସ୍ତୁତ କରାଯିବାର ଯୋଜନା ରହିଛି କି ? ତାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ଗଂଜାମ ସହର ନିକଟସ୍ଥ ଐତିହାସିକ ଦୁର୍ଗ ପୋତାଗଡ ରାଜ୍ୟ ସରକାରଙ୍କ ଏକ ସଂରକ୍ଷିତ କୀର୍ତ୍ତି ଅଟେ । ଏହି ଦୁର୍ଗର ପୁନରୁଦ୍ଧାର ଓ ସଂରକ୍ଷଣ ବାବଦରେ ବିଶ୍ୱ ବ୍ୟାଙ୍କ ସହାୟତାରେ ସମନ୍ୱିତ ଉପକୂଳ ପ୍ରକଳ୍ପ ଉନ୍ନୟନ ଯୋଜନା ଜରିଆରେ ବିଗତ ୨୦୧୩-୧୪ ଠାରୁ୨୦୧୭-୧୮ ମସିହା ମଧ୍ୟରେ ଅଠାନବେ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ସେହିପରି ଏଠାରେ ପର୍ଯ୍ୟଟ୍ଟନ ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟଟ୍ଟନ ବିଭାଗ ଦ୍ୱାରା ସତତିରିଶି ଲକ୍ଷ ଅଠଷଠି ହଜାର ଟଙ୍କା ବ୍ୟୟ କରାଯାଇ ପାର୍କ ଓ ଜନ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଅଛି । ୨୩.୭ ୨୦୧୯ ତାରିଖରେ ବେହେରା ପଶ୍ନ କରିଥିଲେ ଯେ ଗୃହ ନିର୍ମାନ ଓ ପୈାର ଉନ୍ନୟନ ମନ୍ତ୍ରୀ ଅନୁଗ୍ରହ କରି କହିବେକି ଛତ୍ରପୁର ବ୍ଲକର ବଡମାଧପୁର ଠାରୁ କାଳିଆବାଲି ଛକ ପର୍ଯ୍ୟନ୍ତ ଥିବା ପିଏଚଇଡି ରୋଡର ଉନ୍ନତି କରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାମ୍ୟଉନ୍ନୟନ ବିଭାଗକୁ ଏହି ରାସ୍ତାର ଉନ୍ନତି କରଣ ପାଇଁ ହସ୍ତାନ୍ତର କରାଯିବକି ଏହି ରାସ୍ତାର ଉନ୍ନତିକରଣ କାମ କେବେ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବ । ତାର ଉତ୍ତରରେ ବିଭାଗୀୟ ମନ୍ତ୍ରୀପ୍ରତାପ ଜେନା କହିଥିଲେ ଯେ ଛତ୍ରପୁର ବ୍ଲକର ବଡମାଧପୁର ଠାରୁ କାଳିଆବାଲି ପର୍ଯ୍ୟନ୍ତ ୧୪ କିଲୋମିଟର ରାସ୍ତାଟି ପିଏଚଡି ଦ୍ୱାରା ୧୯୭୭-୭୮ ମସିହାରେ ନିର୍ମାଣ କରାଯାଇଥିଲା । ସେଥି ମଧ୍ୟରୁ କାଳିଆବାଲି ଠାରୁ ୨ କିମି ଦୈର୍ଘ୍ୟ ରାସ୍ତାକୁ ଗ୍ରମ୍ୟଉନ୍ନୟନ ବିଭାଗ ଦ୍ୱାରା ପିଏମଜିଏସୱାଇ ରାସ୍ତାରେ ପରିଣତ କରାଯାଇଛି । ବଳକା ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାକୁ ପଦକ୍ଷେପ ନିଆଯାଇଛି ।୍ୱ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ