ବିଭିନ୍ନ ସମସ୍ୟା ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁର ଏନଏସିର ୬ ନଂ ୱାର୍ଡ଼ ଅନ୍ତର୍ଗତ ତିନୋଟି ସାହି ବାସିନ୍ଦାମାନେ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଜି ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କୁ ଭେଟି ପୃଥକ ପୃଥକ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି । ଭାସ୍କରପେଟା ସାହିସ୍ଥିତ ତିନିଛକିଆ ରାସ୍ତା ପାଶ୍ୱର୍ରେ ଉପଯୁକ୍ତ ଆଲୋକ ବ୍ୟବସ୍ଥା କରିବା, ସେହିଭଳି ସାଇବିହାରକୁ ପାନୀୟ ଜଳ ଯୋଗାଣ, ଡ୍ରେନେଜ ଓ ଆଲୋକ ବ୍ୟବସ୍ଥା କରିବା ଏବଂ ଆଛୁଲି ସାହିକୁ ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥା କରିବା, ସର୍କିଟ ହାଉସ ନିକଟସ୍ଥ ଭାସ୍କରପେଟା ସାହିସ୍ଥିତ ତିନିଛକିଆ ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବା ନିମନ୍ତେ ସାହି ବାସିନ୍ଦାମାନେ ଦାବି କରିଛନ୍ତି । ଅପରପକ୍ଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ଅନୁସନ୍ଧାନ କରି ତୁରନ୍ତ ସମାଧାନ କରିବା ନିମନ୍ତେ କାର୍ଯ୍ୟ କରାଯିବ ବୋଲି ସାହିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି ଦାବିପତ୍ର ପ୍ରଦାନବେଳେ ଶିକ୍ଷାବିତ ତଥା ଯୁବସମାଜସେବୀ ସୁଧିର କୁମାର ସାହୁ, ଜି.ମହେଶ୍ୱର ରାଓ, ରମେଶ କୁମାର ଚୌଧୁରୀ, ଡି.ତାମେୟା ଓ ସିଏଚ.ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ