ବିଭିନ୍ନ ସମସ୍ୟା ନେଇ ଜନସ୍ୱାର୍ଥ ସୁରକ୍ଷା କମିଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଜନସ୍ୱାର୍ଥ ସୁରକ୍ଷା କମିଟି ପକ୍ଷରୁ ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ବ୍ଳକ କାର୍ଯ୍ୟାଳୟରୁ ତହସିଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ମରାମତି କରିବା, ଦେବିଦୋଳ ଠାରେ ଦେବୀ ନଦୀରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ଜଳର ସଦୁପଯୋଗ କରାଯିବା, ଘୋଡାଂଶ ଠାରେ ବନ୍ଦ ହୋଇ ରହିଥିବା କେନାଲକୁ ନାଉଗାଁ ପଂଚାୟତକୁ ସମ୍ପ୍ର ସାରଣ କରାଯିବା ସହିତ ବଛାଳୋ ଠାରେ ବନ୍ଦ ଥିବା କେନାଲକୁ ଶିଖର ପଂଚାୟତକୁ ସମ୍ପ୍ରସାରଣ କରାଯାଇ ବ୍ଲକରେ ସ୍ଥାୟୀ ଜଳସେଚନର ବନ୍ଦୋବସ୍ତ କରାଯିବା ଆଦି ଦାବି ରହିଥିଲା । ଜନସ୍ୱାର୍ଥ ସୁରକ୍ଷା କମିଟିର ସଭାପତି ବଂଶିଧର ବେହେରାଙ୍କ ନେତୃତ୍ୱରେ ସୁବାସ ସ୍ୱାଇଁ, ନବକିଶୋର ମହାନ୍ତି, ସୁରେଶ ଚନ୍ଦ୍ର ବେହେରା, ବସନ୍ତ ମଲ୍ଲିକ୍, ମହେଶ୍ୱର ଦାସ, ରଘୁନାଥ ଦାସ ପ୍ରମୁଖ ଉକ୍ତ ଦାବିପତ୍ରକୁ ବିଡିଓଙ୍କୁ ପ୍ରଦାନ କରିଥିଲେ । ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ ଓ ବିଡିଓ ଦାବି ଗୁଡିକ ଉପରେ ଆଲୋଚନା କରାଯାଇ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ