ବିଭିନ୍ନ ସମିତି ଠାରେ ଧାନ ମଣ୍ଡି ଉଦଘାଟିତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସେବା ସମବାୟ ସମିତି ଠାରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ପ୍ରଥମେ ମାଳଦା ସମିତି ଠାରେ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ମଣ୍ଡି ଉଦଘାଟିତ ହୋଇଥିବା ବେଳେ ଏଥିରେ ବାଲେଶ୍ଵର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପରିଚାଳକ ମାନସରଞନ ମହାପାତ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅରବିନ୍ଦ ନାୟକ ଓ ଚାଷୀ କମିଟି ସଦସ୍ୟ ମାନେ ଏଥିରେ ଉପସ୍ଥିତ ଥିଲେ । ସେହିଭଳି ରହଣିଆ ସମିତି ଠାରେ ସମ୍ପାଦକ ସନ୍ତୋଷ କୁମାର ଦାସ,ଵାଲିପୋଖରୀ ସମିତି ଠାରେ ସମ୍ପାଦକ ପିନାକୀ ରଞ୍ଜନ ଦାସ, ନେରଡା ଠାରେ ସମ୍ପାଦକ ସୋମ୍ୟରଞ୍ଜନ ପଣ୍ଡା ଓ ନାଆମୀ ସମବାୟ ସମିତି ଠାରେ ସମ୍ପାଦକ ରବିନ୍ଦ୍ର କୁମାର ମହାନ୍ତି ଙ୍କ ତତ୍ବାବଧାନରେ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଥିବା ସୂଚନା ମିଳିଛି ।


