ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଯୋଡାରେ ରନ୍ଧାଖାଦ୍ୟ ଓ ଅତ୍ୟାବଶକୀୟ ସାମଗ୍ରୀ ବଂଟନ
ଯୋଡା (ସମୀର କୁମାର ଦାସ) : ସାରାଦେଶରେ କୋଭିଡ୍ ୧୯ ମହାମାରୀ ରୂପ ନେଇିଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଫଳରେ ଲୋକେ ଜୀବୀକାରୁ ବଂଚିତ ହୋଇଥିବାରୁ ଖାଦ୍ୟଅଭାବକୁ ଆଖି ଆଗରେ ରଖି ବହୁ ସ୍ୱେଛାସେବୀ ସାମାଜିକ ସଂଗଠନ ପକ୍ଷରୁ ଗରିବ ଅସହାୟ ନିରାଶ୍ରୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ତଥା ଅତ୍ୟାବଶକୀୟସାମଗ୍ରୀ, ରାସନ ସାମଗ୍ରୀ ବଂଟନ କରାଯାଉଛି । ଯୋଡା ସହରରେ ପୌରପାଳିକା ମାଧ୍ୟମରେ ଧାର୍ମିକ ଅନୁଷ୍ଠାନ ସାଓନ କୃପାଳୁ ରୁହାନୀ ମିଶନ୍ ପକ୍ଷରୁ ଯୋଡା ଅଂଚଳରେ ଲକଡାଉନର ଦ୍ୱିତୀୟ ଦିନରୁ ଗରିବ, ଅନାଥ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଓ ଅତ୍ୟାଆବଶକୀୟ ସାମଗ୍ରୀ ବଂଟନ କରାଯାଉଛି । ସେହିପରି ସାମାଜିକ ସଂଗଠନ ଓାଲର୍ଡ ଭିଜିଅନ୍ ପକ୍ଷରୁ ମଧ୍ୟ ଯୋଡା ସହରର ବିଭିନ୍ନ ସ୍ଥାନରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟାଯାଇଛି । ଯୋଡାର ସମାଜସେବୀ ମନୋଜ ସିଂ ଙ୍କ ନେତୃ୍ତ୍ୱରେ ଯୁବ ଗୋଷ୍ଠୀ ଯୋଡା ସହରର ବିଭିନ୍ନ ବସ୍ତି ଅଂଚଳ ବୁଲି ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବାଂଟିବା ସହିତ କରୋନାର ମୁକାବିଲା କରିବା ପାଇଁ ସରକାରଙ୍କ ନିୟମ ମାନି ଚଳିବା ନେଇ ଲୋକଙ୍କୁ ସଚେତନ କରାଇଥିଲେ ।