ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କଲା ପୋଲିସ

ମୋହନା (ଯୁଗାବ୍ଦ ନ୍ୟୁଜ): ଗଜପତି ଏସ ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆର ଉଦୟଗିରି ପୋଲିସ ବିଭିନ୍ନ ସ୍ଥାନରେ ବ୍ଳକିଙ୍ଗ କରି ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିଛି ।ସୁଚନାପ୍ରକାରେ, ଆର ଉଦୟଗିରି ଅନ୍ତର୍ଗତ କିରାମା – ଡେକାପଲ୍ଲୀ ରାସ୍ତା ରୁ ୪୨କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି ଆର ଉଦୟଗିରି ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଆକଲିମା ଗ୍ରାମର ପତ୍ରୀକ ବୀର । ରବିବାର ପୋଲିସ ପେଟ୍ରୋଲିଂ ବେଳେ ଅଭିଯୁକ୍ତ ଗଞ୍ଜେଇ ଚୋରା ଚାଲାଣ ଗାଡିକୁ ଅପେକ୍ଷା କରିଥିବା ସମୟରେ ଏହା ଧରାପଡିଥିବା ବେଳେ ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂନାମିଳିଛି । ସେହିପରି ଆର ଉଦୟଗିରି ଥାନା ଛେଲ୍ଲାଗଡ ଛକରୁ ୫.୧୦ କ୍ବିଣ୍ଟାଲ ଗଞ୍ଜେଇ ସହ ଏକ ମହିନ୍ଦ୍ରା ପିକ୍ ଅପ ଭ୍ୟାନ ଜବତ କରିବା ସହ ସମୃକ୍ତ ଚାରିଜଣକୁ ପୋଲିସ ଗିରଫ କରିଛି । ଜବତ ଗଞ୍ଜେଇ ର ମୁଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ଗିରଫ ଚାରି ଜଣ ହେଲେ ଗଞ୍ଜାମ ଜିଲ୍ଲା ପୁରଷୋତୋମ ପୁର ଗ୍ରାମର ଗୋପାଳ କୃଷ୍ଣ ସାହୁ, ମୋହନା ଥାନା ର ହାଲାପଙ୍କା ଗ୍ରାମର ସୁରତ ବଡ ରଇତ, କେଶରିଗୁଡା ଗ୍ରାମର ପରମା ରାଇକା ଓ ଲୁକା ଶବର। ଉକ୍ତ ଚାରିଜଣ ଆଜି ସକାଳେ ମହିନ୍ଦ୍ରା ପିକ୍ଅପ ଭ୍ୟାନ ଙଜ୦୭ଇଇ୭୩୭୭ ରେ ଗଞ୍ଜେଇ ନେଇ କେଶରିଗୁଡା ଠାରୁ ବ୍ରହ୍ମପୁର ଚୋରାଚାଲାଣ କରୁଥିଲେ। ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହେବା ସହ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ରେ ସମୃକ୍ତ ବ୍ୟକ୍ତି ଙ୍କୁ ଖୋଜା ଚାଲିଥିବା ସୁଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ