ବିଭିନ୍ନ ସ୍ଥାନରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

ଛତ୍ରପୁର (ଓ୍ବାଇଏନ୍ଏସ୍) ; କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଛତ୍ରପୁର ବ୍ଲକ, ଏନ୍‌ଏସି, ତହସିଲ, ଶିକ୍ଷା ବିଭାଗ, ବିଜୁ ଯୁବବାହିନୀ, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ଓଡିଶା ଜୀବିକା ମିସନ୍‌, ମା’ବ୍ୟାଘ୍ରଦେବୀ ରିକାପଲ୍ଲୀ ବଣିକ ସଂଘ, ମହାଶକ୍ତି ବଣିକ ସଂଘ, ଅପରବସଷ୍ଟାଣ୍ଡ ବଣିକ ସଂଘ, ବଡବଜାର ବଣିକ ସଂଘ, ୟୁଥ୍ମାସ ସେବା ସଂଘ, ଗ୍ରୋସାରୀ ସଂଘ, ବିଶେଶ୍ୱର ବାରବାର ସଂଘ, ଛତ୍ରପୁର ଥାନା ପୁଲିସ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରିକାପଲ୍ଲୀ ଛକ ଓ ଲୋୟର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ସମସ୍ତ କାର୍ଯ୍ୟାଳୟର କର୍ମଚାରୀ, ପଞ୍ଚାୟତ ପ୍ରତିନିଧି, ସହରର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରରେ ପରିଚାଳନା ନିମନ୍ତେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍ ଓ ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ତଦାରଖ କରିଥିଲେ । ସେହିପରି ଗୋପାଳପୁର ବନ୍ଦର ପରିସରରେ ବନ୍ଦରର ସମସ୍ତ କର୍ମଚାରୀ ମାନେ ସାମାଜିକ ଦୂରତା ରହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅଧ୍ୟକ୍ଷ ଡା.କାହ୍ନୁଚରଣ ପାତ୍ରଙ୍କ ନେତୃତ୍ୱରେ ହସ୍ପିଟାଲ ମ୍ୟାନଜର ସନ୍ତୋଷ କୁମାର ପଣ୍ଡାଙ୍କ ସହଯୋଗ ରେ ସମସ୍ତ ଡାକ୍ତର , ନର୍ସ ଓ କର୍ମଚାରୀ ମାନେ ସାମାଜିକ ଦୂରତା ରହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ସେହିପରି ଛତ୍ରପୁର ଗିଲଟି ପେଟା ସାହିର କୋଠଘର ଠାରେ ଆନ୍ତର୍ଜାତିକ ଖେଳାଳୀ ଭି.ରମେଶ ରାଓଙ୍କ ନେତୃତ୍ୱରେ ଯୁବକ ଓ ସାହି ବାସିନ୍ଧା ମାନେ ସାମାଜିକ ଦୂରତା ରହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ