ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା
ନିମାପଡ଼ା, (ସନ୍ତୋଷ ଦାଶ):ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ ର ଦେବୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି। ଘଣ୍ଟ, ଘଣ୍ଟା, ଶଙ୍ଖନାଦ ଓ ହୁଳୁହୁଳି ରେ କମ୍ପୁଛି ପୂଜା ମଣ୍ଡପ। ପୁରୀ ଜିଲ୍ଲା ଅସ୍ତରଙ୍ଗ ର ଲକ୍ଷ୍ମୀକ୍ଳବ ଓ ନଗର ପଂଚାୟତ ବାଲିପନ୍ତାଳ ଲକ୍ଷ୍ମୀକ୍ଲବ, ନିମାପଡା ବ୍ଲକ ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ ବେଶ ଧୂମଧାମ ରେ ଗଜ ଲକ୍ଷ୍ମୀ ପୂଜା କରାଯାଉଛି ।ଦୁଇ ବର୍ଷ କରୋନା କଟକଣା କୋହଳ ହେବାରୁ ପୂଜା କମିଟି ତରଫରୁ ବେଶ ଆୟୋଜନ କରାଯାଇଛି। ଅସ୍ତରଙ୍ଗ ଲକ୍ଷ୍ମୀ କ୍ଲବ ରେ ପୂଜା ପାଉଥିବା ମା ଙ୍କ ମୂର୍ତ୍ତି ବେଶ୍ ଆକର୍ଷଣୀୟ ହୋଇ ଥିବାବେଳେ ବାଲିପନ୍ତାଳ କ୍ଲବ ପକ୍ଷରୁ ନିର୍ମିତ ମଣ୍ଡପ ର ତୋରଣ ବେଶ ସୁନ୍ଦର ହୋଇଛି। ତୁଳସୀପୁର ଲକ୍ଷ୍ମୀ ବଜାର ର ପୂଜା ମଣ୍ଡପ, ତୋରଣ, ମୂର୍ତ୍ତୀ ଖୁବ ସୁନ୍ଦର ହୋଇଛି। ସବୁ ସ୍ଥାନ ରେ ପ୍ରତିଦିନ ସଂଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗଜଲକ୍ଷ୍ମୀ ପୂଜା ପାଇଁ ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ହୋଇପଡ଼ିଛି।