ବିଭିନ୍ନ ସ୍ଥାନରେ ଚଢାଉ କରି ୨୯ ଟି ଗ୍ୟାସ ସିଲିଣ୍ଡରକୁ ଜବତ କଲା ଯୋଗାଣ ବିଭାଗ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଉପଖଣ୍ଡ ସ୍ତରୀୟ ଯୋଗାଣ ବିଭାଗର ଏକ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଛତ୍ରପୁର ତାମ୍ପରା ନିକଟ ଜାତୀୟ ରାଜପଥ ପାଶ୍ୱର୍ ଓ ଖଲ୍ଲିକୋଟ ଏନଏସିର ଅଂଚଳର ଦୁଇ ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରି ବେଆଇନ ଗଚ୍ଛିତ ୨୯ ଟି ଘରୋଇ ଗ୍ୟାସ ସିଲିଣ୍ଡର ଗୁଡିକ ଜବତ କନ୍ୱା ସହ ସେମାନଙ୍କୁ ଏହି କାମରୁ ନିବୃତ୍ତ ରହିବା ନିମନ୍ତେ କଡା ଚେତାବନୀ ଦେଇଛନ୍ତି । ଏହି ଚଢାଉ ବେଳେ ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା, ଗଞ୍ଜାମ ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ଦାଶ, ହିଞ୍ଜିଳିକାଟୁ ଯୋଗାଣ ଅଧିକାରୀ ପୁରଞ୍ଜୟ ସାହୁ ଓ ଖଲ୍ଲିକୋଟ ବ୍ଲକ ଯୋଗାଣ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଦାଶ, କବିସୂର୍ଯ୍ୟନଗର ବ୍ଲକ ଯୋଗାଣ ଅଧିକାରୀ ନିଖିଳ ମୋହନ ବସ୍ତିଆ, ପୋଲସରା ବ୍ଲକ ଯୋଗାଣ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କ ମିଳିତ ସହ ଯୋଗରେ ଛତ୍ରପୁର ନିକଟ ତାମ୍ପରା ସମ୍ମୁଖ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଶ୍ରୀ ବାଳକ୍ରିଷ୍ଣା ଡ୍ରାଏ ଫୁଡ ସେଣ୍ଟରରୁ ୧୨ ଟି ଗ୍ୟାସ ସିଲିଣ୍ଡର ଓ ଜୟଦୁର୍ଗା ଭେରାଇଟି ଷ୍ଟୋର ରୁ ବେଆଇନ ଭାବେ ଗଚ୍ଛିତ ଥିବା ୪ ଟି ଗ୍ୟାସ ସିଲିଣ୍ଡରକୁ ଜବତ କରାଯିବା ସହ ସେମାନଙ୍କୁ ନୋଟିସ୍ ପ୍ରଦାନ କରାଯାଇଛି । ସେହିପରି ଖଲ୍ଲିକୋଟ ଏନଏସି ଅଂଚଳର ଏମଜି ହୋଟେଲରୁ ୯ ଟି ଓ ଆପେଲ ରିସୋର୍ଟ ଠାରୁ ୪ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ଗ୍ୟାସ ସିଲିଣ୍ଡର ଗୁଡିକ ବିଏସଏମଏସ କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ