ବିଭିନ୍ନ ସ୍ଥାନରେ ଧାନମଣ୍ଡି ଉଦ୍ଘାଟିତ୍
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକର ବିଭିନ୍ନ ସେବା ସମବାୟ ସମିତିରେ ଧାନ ମଣ୍ଡିର ଉଦଘାଟନି ଉତ୍ସବରେ ସୋମବାର ମୁଖ୍ୟ ଅତିଥିରୁପେ ଆସିକା ସେଣ୍ଟ୍ରାଲ କୋପେରେଟିଭ ବ୍ୟାଙ୍କ ସଭାପତି ବିରେନ୍ଦ୍ର କିଶୋରୀ ଆରୁଖ ଯୋଗ ଦେଇଥିଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଅନ୍ୟତମ ଅତିଥିରୁପେ ସେଣ୍ଟ୍ରାଲ ବ୍ୟାଙ୍କ ନିର୍ଦ୍ଦେଶକ ଡି.ବ୍ରଜେନ୍ଦ୍ର କୁମାର ,ବେଲଗୁଣ୍ଠା ଶାଖା ପରିଚାଳକ ମନୋଜ କୁମାର ବିଷୋୟୀ ,ସୁପରଭାଇଜର ଶ୍ରୀଧର ସାହୁ,ଯୋଗାଣ ନିରିକ୍ଷକ ସୁବ୍ରତ କୁମାର ଚୈାଧୁରୀ ଯୋଗ ଦେଇଥିଲେ ।ପ୍ରଥମ ଦିନରେ ୫ ଜଣ ଚାଷୀ ୧୩୦ କ୍ୱିଣ୍ଟାଲ ଧାନକୁ ବିକ୍ରି କରିଥିଲେ ।ମିଲର ଏସ୍ ପ୍ରଶାନ୍ତ କୁମାର ପାତ୍ର ଧାନ ସଂଗ୍ରହ କରିଥିଲେ । ସମସ୍ତ କାର୍ଯ୍ୟକୁ ସଂପାଦକ କ୍ରିର୍ଷ୍ଣାଚନ୍ଦ୍ର ଡାକୁଆ ପରିଚାଳନା କରିଥିବା ବେଳେ ଡି.ଡି ସଂଗ୍ରାମ ସେଠୀ, ସହଯୋଗ କରିଥିଲେ । ବୋରି ସମବାୟ ସମିତିରେ ଧାନ ମଣ୍ଡିକୁ ଗାଂଙ୍ଗପୁର ସରଂପଚ ଉଦଘାଟନ କରିଥିବା ବେଳେ ସେହପରି ପାଇଲି ପଡା ଠାରେ ସେବା ସମବାୟ ସମିତିର ଧାନ ମଣ୍ଡିକୁ ମନୋଜ କୁମାର ବିଷୋୟୀ ଉଦଘାଟନ କରିଥିବା ବେଳେ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଏଥିରେ ବହୁ ଚାଷୀ ଯୋଗ ଦେଇ କୁଇଣ୍ଟାଲ ପ୍ରତି ୧୮୧୫ ଟଙ୍କା ରେ ବିକ୍ରି କରିଥିଲେ ।


