ବିଭିନ୍ନ ସ୍ଥାନରେ ଧାନମଣ୍ଡି ଉଦଘାଟିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ସେବା ସମବାୟ ସମିତି ଠାରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସମ୍ପାଦକ ସନ୍ତୋଷ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ଅଲିଭା ନାୟକ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ପ୍ରାକ୍ତନ ସଭାପତି ରଞ୍ଜନ ବେହେରା, ଚିନ୍ତାମଣୀ ସେନାପତି, ଶିକ୍ଷକ ଲକ୍ଷ୍ମୀଧର ପଲେଇ, ଚାଷୀ ଅର୍ଜୁନ ଚରଣ ସାମଲ, ମନୋଜ ନାୟକ, ଗିରିଜା ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୧୫ଜଣ ଚାଷୀଙ୍କ ଠାରୁ ୫୯୪.୪୭କୁଇଁଣ୍ଟାଲ ଧାନ କ୍ରୟ ହୋଇଥିଲା । କାର୍ଯ୍ୟକ୍ରମକୁ ସମିତିର କର୍ମଚାରୀ ସୁବାଷ ପାତ୍ର, ନୀଳମଣୀ ସାମଲ, ସୁରେନ୍ଦ୍ର ଜେନା, ଓଂକାର ବାରିକ ପରିଚାଳନା କରିଥିଲେ । ନେରଡା ସମବାୟ ସମିତି ଠାରେ ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ଆଜି ପ୍ରଥମ ଦିନରେ ୧୪ଜଣ ଚାଷୀଙ୍କ ଠାରୁ ଧାନକ୍ରୟ ହୋଇଛି । ଏଥିରେ ଅନନ୍ତ ବୋଇତାଇ, ରଘୁନାଥ ବୋଇତାଇ, ତପନ କୁମାର ସେଠୀଙ୍କ ସମେତ ଚାଷୀ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସେହିଭଳି ଆଦମପୁର ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରଥମ ଦିନରେ ୯୫କୁଇଁଣ୍ଟାଲ ଧାନ କ୍ରୟ ହୋଇଛି । ଏଥିରେ ଯୋଗାଣ ନିରୀକ୍ଷକ ରେବତୀସ ସିଂନାୟକ, ବିଜୟ ଖିଲାର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ