ବିଭିନ୍ନ ସ୍ଥାନରେ ବିର୍ଷା ଜୟନ୍ତୀ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ (ହେଁସଡା),ସୁରଦା,ଭଗାବନ୍ଦୀ ଆଦି ବିଭିନ୍ନ ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ବୀର ପୁରୁଷ ବୀର ବିର୍ଷା ମୁଣ୍ଡା’ଙ୍କ ୧୪୫’ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ବୀର ବିର୍ଷା ମୁଣ୍ଡା ଇଂରେଜ ଶାସନ ବିରୁଦ୍ଧରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଏକଜୁଟ କରି ଇଂରେଜ ଶାସନ ଏବଂ ତାଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢିଥିଲେ । ସେ ଝରଖଣ୍ଡ ରାଜ୍ୟରେ ୧୮୭୫’ ମସିହାରେ ଜନ୍ମ ଗ୍ରହଣ କରିଥିଲାବେଳେ ୧୯୦୦’ ମସିହାରେ ଇଂରେଜ ମାନଙ୍କ ଦ୍ବାରା ବନ୍ଦୀ ହୋଇ କାରାଗାରରେ ମୃତ୍ୟୁ ବରଣ କରିଥିଲେ । ଗିଦିଘାଟୀ ଗ୍ରାମପଞ୍ଚାୟତ ଗିଦିଘାଟୀ(ହେଁସଡା) ପେସା ଗ୍ରାମସଭା ସମିତି ପକ୍ଷରୁ ହେଁସଡା ଗ୍ରାମରେ ବିର୍ଷା ମୁଣ୍ଡା’ଙ୍କ ଫୋଟ ଚିତ୍ର କୁ ନେଇ ଗ୍ରାମ ନାଏକେ(ପୂଜକ) ସାଲଖାନ ଟୁଡୁ,ପାଳସା ପିଳ୍ ପାରଗାନା ଭାଗିରଥି ହାଁସଦାଃ’ବାବା ତିଲକା ପାଠାଗାର ପ୍ରତିଷ୍ଠାତା ରାମଦାଶ ମୁର୍ମୁ’ଙ୍କ ସମେତ ଗ୍ରାମବାସୀ’ଙ୍କ ଉପସ୍ଥିତିରେ ବିର ବିର୍ଷା ମୁଣ୍ଡା’ଙ୍କ ସହିତ ଅନ୍ୟାନ୍ୟ ଆଦାବାସୀ ବିର ପୁରଷ ଏବଂ ପୂର୍ବ ପୁରୁଷ’ଙ୍କ ସ୍ମୃତୀଚାରଣ କରିବା ସହ ଆଦିବାସୀ ପରମ୍ପରା ଅନୁସାରେ ପୂଜାପାଠ କରାଯାଇ ବୀର ସହିଦ’ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ’ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ,ଚାଡ୍ରୀ ପେସାଗ୍ରାମ ସଭା ସଂପାଦକ ସିତଲ ହାଁସଦାଃ,ଭାରତୀୟ ମୂଳନୀବାସୀ ଏକତାମଞ୍ଚ ବହଳଦା ବ୍ଲକ ସଂଯୋଜକ ପିତାମ୍ବର ମୁର୍ମୁ,ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ’ବାବା ତିଲକା ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁ,ଜୀତେନ ମୁର୍ମୁ,ତାରଣା ପୋଷ୍ଟ ମାଷ୍ଟର ବୀରବିର୍ଷା ଟୁଡୁ ପ୍ରମୁଖ ଅତିଥି ଭାବେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପରେ ଅତିଥିମାନେ ସହିଦ୍ ବିର୍ଷା ମୁଣ୍ଡା’ଙ୍କ ବୀରତ୍ୱ ଏବଂ ଜୀବନୀ ଉପରେ ଆଲୋକପାତ କରିଥିଲେ । ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ବାରମ୍ବାର ଦାବି କରାଯାଇ ଆସୁଥିବା ସାରନା ଧର୍ମ କୋଡ୍ ଆସନ୍ତା ଜନଗଣନା ସୁଦ୍ଧା ପ୍ରଦାନ କରାଯିବାକୁ ନିଜ ବକ୍ତବ୍ୟରେ ଦାବି ଜଣାଇଥିଲେ।ଯଶିପୁର ଗ୍ରାମପଞ୍ଚାୟତ ସୁରଦା ଗ୍ରାମରେ ମୁଣ୍ଡା ସମାଜ ପକ୍ଷରୁ ବିର୍ଷା ଜୟନ୍ତୀ ଆଡମ୍ବର ସହକାରେ ପାଳନ କରାଯାଇଛି । ସହିଦ ବିର୍ଷା ମୁଣ୍ଡା ସମିତିର ସଭାପତି ପ୍ରଫୁଲ୍ଲ ମୁଣ୍ଡା ଓ ସମ୍ପାଦକ ଗଣେଶ ମୁଣ୍ଡା’ଙ୍କ ସଂଯୋଜନାରେ ସମସ୍ତ ଗ୍ରାମବାସୀ’ଙ୍କ ଉପସ୍ଥିତିରେ ଭଗବାନ ବିର୍ଷା ମୁଣ୍ଡା’ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହିତ ଆଦିବାସୀ ମୁଣ୍ଡା ସମାଜ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଥିଲା । ଅତିଥି ଭାବେ ହେଁସଡା ଗ୍ରାମର ଟୁଲୁ ମୁଣ୍ଡା ପହଞ୍ଚି ଥିଲାବେଳେ ପରେ ବରିଷ୍ଠ ସାମ୍ବାଦିକ ରାମଦାସ ମୁର୍ମୁ,ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ,ପିତାମ୍ବର ମୁର୍ମୁ,ପାରଗାନା ଭାଗୀରଥି ହାଁସଦାଃ,ସୁରଦା ପେସାଗ୍ରାମ ସଂପାଦକ ବାରିଆଳ ମାଝୀ,ସାମ୍ବାଦିକ ବସନ୍ତ ସାଣ୍ଡିଲ ପହଞ୍ଚି ବୀର ବିର୍ଷା ମୁଣ୍ଡା’ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧୂପଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।