ବିଭିନ୍ନ ସ୍ଥାନରେ ମା ସରସ୍ଵତୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ମା ସରସ୍ବତୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ଠାରେ ଶରତ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ପୂଜା ଉତ୍ସବ ଆୟୋଜନ ହୋଇଥିବା ବେଳେ ଏଥିରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ମାଙ୍କ ପୂଜାର୍ଚ୍ଚନା କରିଥିଲେ। ରହଣିଆ ଶିଶୁ ମନ୍ଦିର ଠାରେ ପ୍ରଧାନଆଚାର୍ଯ୍ୟ ପ୍ରଭାତ ରାଉତଙ୍କ ସଂଯୋଜନାରେ ସରସ୍ୱତୀ ପୂଜା ସମେତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଞ୍ଜନ ପରିଡା, ଶିକ୍ଷାବିତ ରଙ୍କରତ୍ନ ନାୟକ, ଦେବେନ୍ଦ୍ର ରାଉତ, ସମୀର କୁମାର ସାମଲ, ଦେବେନ୍ଦ୍ର କୁମାର ଧଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଢୋ ସମେତ କୁରିଗାଁ , ବାଲିପୋଖରୀ, ମଞ୍ଜୁରୀରୋଡ଼, ମାଳଦା, ସରସଦା, ଦକ୍ଷୀଣବାଡ଼, ପାଟୁଳି ପ୍ରମୁଖ ସ୍ଥାନର ଯୁବକ ସଙ୍ଘ ପକ୍ଷରୁ ବେଶ ଆଡମ୍ବର ପୂର୍ଣ୍ଣ ଭାବେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଛି। ଏହାଛଡା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନେ ମା ସରସ୍ଵତୀଙ୍କୁ ଭକ୍ତିର ସହିତ ପୂଜାର୍ଚ୍ଚନା କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ