ବିଭିନ୍ନ ସ୍ଥାନ ରେ ନୀଳାଦ୍ରି ବିଜେ : ପାଲିଙ୍କି ରେ ସ୍ୱ ମନ୍ଦିର ଫେରିଲେ ଶ୍ରୀ ଗୁରୁଦେବ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ର ନିମାପଡା, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ଶେଷ ହେବାପରେ ଆଜି ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି। କାକଟପୁର ବ୍ଲକ ର ଆନନ୍ଦ ବଜାର, ଅସ୍ତରଙ୍ଗ ବ୍ଲକ ର ବରଡିହି, ମାଣ୍ଡୁକି, ବାନ୍ତିଳୋ, ଗୋପ ବ୍ଲକ ର ନୁଆହାଟ ଅଞ୍ଚଳ ରେ ଠାକୁର ମାନଙ୍କୁ ରଥ ଉପରୁ ପହଣ୍ଡି ରେ ସ୍ୱ ସ୍ୱ ମନ୍ଦିର କୁ ନିଆଯାଇଥିଲା । ନିମାପଡା ବ୍ଲକ ର ତୁଳସୀପୁର ବ୍ରାହ୍ମଣ ଶାସନ ରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ରେ ଭାଗ ନେଇଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କୁ ଗ୍ରାମବାସୀ ମାନେ ରଥ ଉପରୁ ନେ଼ଇ ସୁ ସଜ୍ଜିତ ପାଲିଙ୍କି ରେ ବସାଇ ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀନଦୀ କୂଳ ବନ୍ଦେଶ୍ୱର ଗ୍ରାମ କୁ ଏକ ଶୋଭାଯାତ୍ରା ରେ ନେଇ ଠାକୁର ଙ୍କ ସ୍ୱ ମନ୍ଦିର କୁ ବିଜେ କରାଇଥିଲେ । ତୁଳସୀପୁର ଗ୍ରାମ ରୁ ଠାକୁର ଙ୍କୁ ସ୍ୱ ମନ୍ଦିର ନିଆଯାଉଥିବା ବେଳେ ଗ୍ରାମ ଦାଣ୍ଡ ଘଣ୍ଟ ,ମୃଦଙ୍ଗ ,ହରିବୋଲ ,ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ଅଧ ବାଟରେ ଛବାଟିଆ ଗ୍ରାମ ଠାରେ ଅଶୋକ ଦାସ ଙ୍କ ପକ୍ଷରୁ ଠାକୁର ଙ୍କୁ ରସଗୋଲା ଭୋଗ ଲାଗି କରା ଯାଇଥିଲା । ସ୍ୱ ମନ୍ଦିର କୁ ଠାକୁର ବିଜେ ହେବାପରେ ଗ୍ରାମବାସୀ ମାନେ ଅନ୍ନ ଭୋଗ ଲାଗିକରି, ପ୍ରଣାମ କରି ଗାଁ କୁ ଫେରିଥିଲେ ।