ବିଭିନ୍ନ ୱାର୍ଡରେ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା

(ଯୁଗାବ୍ଦ ନ୍ୟୁଜ )ଦିଗପହଣ୍ଡି ଏନଏସି ପକ୍ଷରୁ ବୁଧବାର ଅପରାହ୍ନରେ ବିଭିନ୍ନ ସାହି ଗଳିରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏନଏସି କର୍ମଚାରୀ ମାନେ ପ୍ରତ୍ୟେକ ୱାର୍ଡର ସାହି ଗୁଡିକରେ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁକୁ ପୃଥକ ପୃଥକ ସଂରକ୍ଷିତ ରଖିବାକୁ କୁହାଯାଇଥିଲା । ଏନଏସି ପକ୍ଷରୁ ଦିଆଯାଇଥିବା ସବୁଜ ଏବଂ ନୀଳ ଡଷ୍ଟବିନ୍କୁ ବ୍ୟବହାର କରିବା ସହ ସେଥିରେ ବର୍ଜ୍ୟ ବସ୍ତୁକୁ ଅଲଗା ଅଲଗା ରଖିବା ପାଇଁ ବୁଲି ବୁଲି ସଚେତନତା ସୃଷ୍ଟି କରାଯାଇଥିଲା । ବର୍ଜ୍ୟ ବସ୍ତୁକି ଡଷ୍ଟବିନ୍ ରେ ରଖିବା ପରେ ସେ ଗୁଡିକୁ ଏନଏସିର ଅଳିଆ ବୋଝେଇ ଗାଡି ଆସିଲେ ସେଥିରେ ପକାଇବାକୁ କୁହାଯାଇଥିଲା । ତେବେ ଏଣେତେଣେ ବର୍ଜ୍ୟ ବସ୍ତୁ ପକାଇଲେ ଏନଏସି ପକ୍ଷରୁ ଜରିମାନା ଆଦାୟ ନେଇ ବାଧ୍ୟତାମୂଳକ କରାଯାଇଥିବା କୁହାଯାଇଥିଲା । ସାହି ଗୁଡିକର ଯାହା ଘର ସମ୍ମୁଖରେ ଅଳିଆ ଏଣେତଣେ ପଡିଥିବ ଉକ୍ତ ଘର ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର‌୍ୟ୍ୟକ୍ରମରେ ସନ୍ତୋଷ ପାଢୀ, ପ୍ରଭାକର ମେକାପ, ହରିକୃଷ୍ଣ ସାହୁ, ରଞ୍ଜିତ୍ ପଟ୍ଟନାୟକ, ବି.ସାହେବ ରେଡ୍ଡି, ସତ୍ୟନାରାୟଣ ଦାଶ, ସନ୍ତୋଷ ମହାନ୍ତି, ସିଏଚ୍.ଲୋକେଶ୍ୱରୀ, ମମତା ପଣ୍ଡା, ପବିତ୍ରା ପ୍ରଧାନ ପ୍ରମୁଖ ଏନଏସି କର୍ମଚାରୀ ପର‌୍ୟ୍ୟାୟ କ୍ରମେ ବିଭିନ୍ନ ସାହି ବସ୍ତିରେ ସଚେତନତା ବାର୍ତ୍ତା ପହଞ୍ଚାଇ ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ସମ୍ପାଦକ ଦୂର୍ଗାମାଧବ ସାହୁ, ମନ୍ମଥ ପାଣିଗ୍ରାହୀ, ୟୁଏଲ୍ବି କୋଡିନେଟର୍ ସନ୍ତୋଷ କୁମାର ବାଡତ୍ୟା, ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ