ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ବିଜେପି ନେତା କାହ୍ନୁ

ବିଜେପିର ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ବ୍ରହ୍ମପୁର ବିଜେପି ପକ୍ଷରୁ ଜାରି ରହିଛି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଲୋକଙ୍କ ନିକଟତର ହୋଇ ବିଭିନ୍ନ ଅଂଚଳର ସମସ୍ୟାକୁ ସମାଧାନ କରିବା ନେଇ ଦୃଷ୍ଟି ଦେବା ଲକ୍ଷରେ ବ୍ରହ୍ମପୁର ବିଜେପି ପକ୍ଷରୁ ଏଭଳି ଉଦ୍ୟମ ଆରମ୍ବ ହୋଇଛି । ଏହି ଅବସରରେ ଗଞ୍ଜାମ ବିଜେପିର ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଜେପି ବିଧାନସଭା ପ୍ରାର୍ଥୀ ଶ୍ରୀ କାହ୍ନୁ ଚରଣ ପତି ସହରର ବିଭିନ୍ନ ଓାର୍ଡ ପରିଭ୍ରମଣ କରି ଚା ଖଟ୍ଟିରେ ଲୋକଙ୍କ ସହ ବାର୍ତାଳାପ କରି ସମସ୍ୟା ପଚାରିବୁଝିବା ସହ ଦଳୀୟକର୍ମୀଙ୍କୁ ଉତ୍ସାହିତ କରୁଛନ୍ତି । ଆଜି ଶ୍ରୀଯୁକ୍ତ ପତି ବ୍ରହ୍ମପୁର ଆସ୍କାରୋଡ ସ୍ଥିତ ତାଲୁକା ଛକ ନିକଟରେ ଏକ ଚା ଖଟ୍ଟିରେ ଯୋଗ ଦେଇ ସ୍ଥାନୀୟ ଦଳୀୟ କର୍ମିଙ୍କ ଉପସ୍ଥିତିରେ ସେଠାକାର ଜନସାଧାରଣଙ୍କ ସହ ଅଂଚଲର ସମସ୍ୟା ନେଇ ଆଲୋଚନା କରିଥିଲେ । ଉକ୍ତ ଅଂଚଳରେ ରାସ୍ତା ଘାଟ,ଡ୍ରେନେଜ ସମସ୍ୟା ଲାଗୀ ରହିଥିବା ଲୋକେ ବିଜେପି ନେତା ଶ୍ରୀ ପତିଙ୍କୁ ଅଭିଯୋଗ କରିଥିଲେ । ତେବେ ତୁରନ୍ତ ଏସବୁ ସମସ୍ୟାକୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ସହ ସମାଧାନର ବାଟ ବାହାର କରାଯିବ ବୋଲି ସ୍ଥାନୀୟ ଅଂଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ ବିଜେପି ନେତା । ଏହି ଅବସରରେ ଆୟୋଜିତ ଆଜିର ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ବିଜୟ ଗୋପାଳ,ବିଜୟ କୁମାର ପଣ୍ଡା,ପ୍ରଦୀପ ମିଶ୍ର,ସୁମନ କୁମାର ମୁନି,ସାଗର ମୁଖି,ତ୍ରୀପତି ପାତ୍ର,ଭଗବାନ ସାହୁ,ରମେଶ ପାତ୍ର,ବାଲାଜି ପାତ୍ର,ଶଙ୍କର ପାଣିଗ୍ରାହୀ,ଏସ.ମୂରଲୀ କ୍ରୀଷ୍ଣା,ସନ୍ତୋଷ ସାହୁ,ମଣି ପାତ୍ର,ରାକେଶ ସାବତ,ସଞ୍ଜୟ ପାତ୍ର,ଅଶ୍ୱିନୀ ମିଶ୍ର,ସିମାଂଚଳ ଆଚାରୀ,ଚନ୍ଦନ କୁମାର ସାହୁ,ବସନ୍ତ ସାହୁ,ଶୁଶାନ୍ତ ସାହୁ,କାଳିଆ ଜେନା,ସୁରେଶ ସାହୁ,ତ୍ରୀନାଥ ନାୟକ,ସୁରେଶ ନାହାକ,ବିନାୟକ ରଥ,ଟୁଙ୍ଗୁରୁ ପାତ୍ର,ପ୍ରଭାତ ଷଡଙ୍ଗୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସାଧାରଣ ଲୋକେ ଏଥିରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ