ବିଭିର୍ଣ୍ଣ ସ୍ଥାନରେ କାଜ୍ୟରତ ଜାତିସଙ୍ଘର ୮୬ ଅଧିକାରୀ କ​ରୋନାରେ ସଂକ୍ରମିତ

ନ୍ୟୁୟର୍କ : କ​ରୋନା ଭାଇରସରେ ଜାତିସଙ୍ଘର ବିଶ୍ୱରେ ବିଭିନ୍ନ ସ୍ଥାନରେ କାଜ୍ୟରତ ଥିବା ୮୬ ଅଧିକାରୀ ଆକ୍ରାନ୍ତ ​ହୋଇଥିବା ଜଣାପଡିଛି । ​ଅଧିକାରୀ ମାନକଙ୍କ ମଧ୍ୟରୁ ଅଧିକାଂଶ ୟୁରୋପ ଓ ଆଫ୍ରିକାରେ କାଜ୍ୟରତ ବୋଲି ଜାତିସଙ୍ଘ ମୁଖପାତ୍ର ଷ୍ଟିଫାନେ ଦୁଜାରିକ ସୂଚନା ଦେଇଛନ୍ତି। ମଧ୍ୟପ୍ରାଚ୍ୟ, ଏସିଆ ଓ ଆମେରିକା​ରେ ମଧ୍ୟ କାର୍ଜ୍ୟରତ କେତେଜଣ ଅଧିକାରୀ ଚିକିତ୍ସାଧୀନ ଥିବା ଜଣାଇଛନ୍ତି । କ​ରୋନା ଭାଇରସ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ କର୍ମଚାରୀ ଘରେ ରହି କାର୍ଜ୍ୟ କରୁଥିବା କହିଛନ୍ତି। ନ୍ୟୁ ୟର୍କସ୍ଥିତ ଜାତିସଙ୍ଘ ମୁଖ୍ୟାଳୟରେ ପ୍ରତିଦିନ ୧୧ହଜାରରୁ ଅଧିକ କର୍ମଚାରୀଙ୍କ ଆତଯାତ କରୁଥିବାବେଳେ ବର୍ତମାନ ମାତ୍ର ୧୪୦ସଂଖ୍ୟାକୁ ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି । ଜେନିଭାରେ କାଜ୍ୟରତ କର୍ମଚାରୀଙ୍କ ସଂଖ୍ୟା ୪ହଜାରରୁ ବର୍ତମାନ ମାତ୍ର ୭୦କୁ ହ୍ରାସ ପାଇଯାଇଛି । ଭିଏନାରେ କାର୍ଜ୍ୟରତ ୯୭ପ୍ରତିଶତ କର୍ମଚାରୀ ଘରେ ରହି କାର୍ଜ୍ୟ କରୁଥିବାବେଳେ ଆଫ୍ରିକୀୟ ରାଷ୍ଟ୍ରରେ ଏହାର ସଂଖ୍ୟା ମାତ୍ର ୯୯ପ୍ରତିଶତ ରହିଛି ବୋଲି ଦୁଜାରିକ ସୂଚନା ଦେଇଛନ୍ତି। ଏଥିସହ ସେ ପ୍ରକାଶ କରିଛନ୍ତି ଯେ ବିଶ୍ୱ ସମୂହ ବର୍ତମାନ ଏକ ଘଡ଼ିସନ୍ଧି ମୁହ ମୁହର୍ତ୍ତରେ ଗତିକରୁଛି ଏହାକୁ ଦୃଷ୍ଟିରେ ରଖି ସମସ୍ତେ ସତର୍କ ରହିବାସହ କାର୍ଜ୍ୟ କରିବାକୁ ପଡିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ