ବିମଳାନନ୍ଦ ସରସ୍ୱତୀ ମହାରାଜଙ୍କ ଷୋଡ଼ଶୀ ଉତ୍ସବ ଅନୁଷ୍ଠିତ
ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ୍) : ମା ଶୀତଳାଇ ପୀଠରେ ପୂଜ୍ୟ ସ୍ୱାମୀ ବିମଳାନନ୍ଦ ସରସ୍ୱତୀ ମହାରାଜଙ୍କ ଷୋଡଶୀ ଉସ୍ରବ ସୋମବାର ଦିନ ଦକ୍ଷିଣ ଓଡ଼ିଶା ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଓ ସମିତିର ଉପଦେଷ୍ଟା ଦେବହରି ମହାନ୍ତି ଏବଂ ବିଜୟ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପାରଂମ୍ପରିକ ରୀତିନୀତି ଅନୁଯାୟୀ ପୂଜା ପାଠ ଓ ଭଜନ କରାଯାଇଥିଲା ।ସ୍ୱାମୀ ବିମଳା ନନ୍ଦ ସରସ୍ୱତୀ ତାଙ୍କ ଜୀବନ କାଳ ମଧ୍ୟରେ ୧୯୫୩ ମସିହା ରେ ଦିବ୍ୟ ଜୀବନ ସଂଘ ମୁଖ୍ୟ କାର୍ଯ୍ୟାଳୟ ଋଷିକେଶ ଠାରେ ରହି ଦାତବ୍ୟ ଚିକିସ୍ରା , ଛାପାଖାନା ଅଫିସ ,ବିଶ୍ୱନାଥ ମନ୍ଦିର ଓ ସମାଧି ମନ୍ଦିର ଗୁରୁତ୍ୱପୂର୍ଣ୍ଣ ନିର୍ବାହ କରିଥିଲେ । ୨୦୦୪ ମସିହା ଠାରୁ ୨୦୦୮ ମସିହା ପର୍ଯ୍ୟନ୍ତ ସେ ସଂଘର ସାଧାରଣ ସଂପାଦକ ଦାଇତ୍ୱ ତୁଲାଇଥିଲେ ଏହା ସହ ଆଧାତ୍ମିକ ପରିବେଶରେ ବିଶ୍ୱରେ ପ୍ରଚାର କରିଥିଲେ । ମହାପୁରୁଷ ବିଶ୍ୱବାସୀଙ୍କ ସନ୍ଦେଶ ତାଙ୍କର ଅନନ୍ୟ ଉପହାର । ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ପୂଜ୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ପୂଜ୍ୟ ସ୍ୱାମୀ ରାମଦାସାନୁଜ (ଶ୍ରୀକାନ୍ତ ଆଚାର୍ଯ୍ୟ)ଙ୍କ ସମେତ ଦୁର୍ଗା ପ୍ରସାଦ ରାଓ ଯୋଗଦାନ କରି ଦିବ୍ୟ ଜୀବନ ସଂଘର ଆଦର୍ଶଗୁଡ଼ିକୁ ବର୍ଣ୍ଣନା କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗଣେଶ ଚନ୍ଦ୍ର ପଣ୍ଡା, ବିଜୟ କୁମାର ସାସମଲ, ବିଶ୍ୱନାଥ ପରି, ସୁମନ୍ତ ଶ୍ରୀଚନ୍ଦନ, ମୂରଲୀଧର ପ୍ରଧାନ, ରଜନୀକାନ୍ତ ପାଣିଗ୍ରାହୀ, କିଶୋର ମୋହନ ପାତ୍ରଙ୍କ ସମେତ ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁ ଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।