ବିମଳା ମନ୍ଦିର ପାଇଁ ଜଳଯାତ୍ରା

ଗୋପାଳପୁର, (ରମେଶ କୁମାର ସାହୁ) : ଗୋପାଳପୁ ବିଜ୍ଞପିତଅଂଚଳ ସ୍ତିତ ସ୍ୱେଗିଡ଼ି ସାହିରେ ଥିବା ବହୁପୂରାତ୍ତନ ଜଗନ୍ନାଥ ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ମା ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉଛବ ଆରମ୍ଭ ଗୁରୁବାରଦିନ ହୋଇଯାଇଛି, ସାରକଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ଼ ନିୟମକୁ ମାନି ଗୁରୁବାର ଦିନ ସାହିର କିଛି ମହିଳାଙ୍କୁ ନେଇ ଜଳଯାତ୍ରା ଅନୁଷ୍ଠିତ ହୋଇ ଯାଇଛି, ପ୍ରଥମେ ମନ୍ଦିର ଠାରୁ ସମସ୍ତେ ଏକତ୍ରିତ ହୋଇ ବେଳାଭୂମି ଅଭିମୁଖେ ଯାଇଥିଲେ, ସେଠାରୁ ସମୁଦ୍ରରୁ ଜଳ ସଂଗ୍ରହ କଳସ ଯାତ୍ରାରେ ମନ୍ଦିର ଅଭିମୁଖେ ଆସିଥିଲେ, ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା, ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଯଜ୍ଞ ଅନୁଷ୍ଠିତ ହେବାକୁଥିବା ବେଳେ ଶନିବାରଦିନ ନାମଯଜ୍ଞ ଓ ହନୁମାନ ଚାଳିଶ ପାଠ କରାଯିବ, ଶେଷରେ ରବିବାରଦିନ ପୂର୍ଣ୍ଣାହୁତି ଓ ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହେବ କାର୍ଜ୍ୟ କ୍ରମ ରହିଛି, ଏହିସମସ୍ତ କାର୍ଜ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ. ପୋତାନା, ସମ୍ପାଦକ ହରିହର ସାହୁଙ୍କ ସମେତ ପଞ୍ଚୁ ବେହେରା, ବିନୋଦ ଦାସ, ବାପୁଜୀ ଅଧିକାରୀ, ଗାଣ୍ଡୁ ଚରଣ ପାତ୍ର, ଲକ୍ଷ୍ମଣ ସାହୁ, ଯୁବ ସମାଜ ସେବି ଏମ. ଶିବ ପାତ୍ର, ଯୁବ ନେତା ଲଲାଟ ଗୌଡ଼ଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ