ସୂଦୁର ଦୁବାଇରୁ ନିଜ ଗ୍ରାମଭିଟା ମାଟିକୁ ଫେରିଲା ମୃତ ଦେହ
ଖଲ୍ଲିକୋଟ ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ରାଜ୍ୟ ଶ୍ରମ କମିସନରଙ୍କ ଅସହାୟ ପରିବାରକୁ ସହଯୋଗର ହାତ ବଢାଇଥିବାରୁ ଦୁବାଇରୁ ଫେରିଆସିଛି ଜୟ ଦଳେଇଙ୍କ ପାର୍ଥୀବ ଶରୀର ।ମିଳିଥିବା ଖବର ଅନୁଯାୟୀ ଗତ ୧୮ ମାସ ତଳେ ଅଧିକ ରୋଜଗାର କରିବା ପାଇଁ ଜୟ ଦଳେଇ ଯାଇଥିଲେ ଦୁବାଇ । କିନ୍ତୁ ତାଙ୍କର ଗତ ୧୬ ତାରିଖ ଦିନ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । ଶ୍ରମ କମିସନର ଓ ଜିଲ୍ଲାପାଳଙ୍କ ଉଦ୍ୟମର ୁଆଜି ଶ୍ରମିକଙ୍କ ମୃତ ଦେହ ବିମାନ ବନ୍ଦରରେ ପହଞ୍ଚିଛି । ଭୂବନେଶ୍ୱର ବିମାନବନ୍ଦରରେ ଛତ୍ରପୁର ଶ୍ରମଅଧିକାରୀ ଶିବନାରାୟଣ ସାହୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତି ସୂର୍ଯ୍ୟମଣୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । ବିମାନ ବନ୍ଦରରୁ ଶବକୁ ନିିଜଗ୍ରାମ କଇଠପଡା ଅଣାଯାଇଛି । ଶବ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇଛି ।