ବିମାନ ଆକ୍ରମଣରେ ୨୦୦ ଆତଙ୍କବାଦୀ ମୃତ ; ଜୈଶ କଂଟ୍ରୋଲ ରୁମ୍,ଲଞ୍ଚପ୍ୟାଡ୍ ଧ୍ଵଂସ
ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ଥିବା ପିଓକେରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ଜୈଶ-ଏ-ମହମ୍ମଦ (ଜେଇଏମ)ର ବହୁ ଶିବିର ଧ୍ଵଂସ ପାଇଛି। ଏଥିରେ ଜେଇଏମର ବାଲାକୋଟ, ଚାକୋଟି ଏବଂ ମୁଜାଫରବାଦରେ ଥିବା ଆତଙ୍କୀ ଶିବିର ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି। ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ସମେତ ଜୈଶର କଣ୍ଟେ୍ରାଲ ରୁମ ଧ୍ଵଂସ ପାଇଯାଇଛି। ଆକ୍ରମଣରେ ଜୈଶ ସଂଗଠନର ପ୍ରାୟ ୨୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆକ୍ରମଣ ସମ୍ପର୍କରେ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନଏସଏ) ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବିଶେଷ ବିବରଣୀ ଦିଆଯାଇ ନାହିଁ।