ବିମାନ ଓ ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍

ଭୁବନେଶ୍ବର : ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆମେରିକା, ଦୁବାଇ, ମାଲେସିଆରୁ ଭୁବନେଶ୍ବର ବିମାନ ଆସିବ। ଭୁବନେଶ୍ବରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଯା‘ଆସ ହୋଇଛି। ସ୍ବତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ଗାଇଡ୍‌ ଲାଇନ୍‌ କରିଛି।
ଟ୍ରେନ୍‌ ଓ ବିମାନର ଆସିବାକୁ ଥିବା ଲୋକ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବେ। ଯଦି ସେମାନେ ପଞ୍ଜୀକରଣ କରିନଥିବେ, ତେବେ ସରକାର ନିଜ ଆଡୁ ତଥ୍ୟ ସଂଗ୍ରହ କରିବେ । ବିମାନଯାତ୍ରୀଙ୍କ ତଥ୍ୟ ନେଇ ସମ୍ପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ବିମାନରେ ଥରକେ ୨୦ ଜଣିଆ ଗ୍ରୁପ୍‌ରେ ଯାତ୍ରୀଙ୍କୁ ଓହ୍ଲାଯିବ । ଟର୍ମିନାଲ୍‌ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ ହେବ। ହାତରେ ଅଲିଭା କାଳିରେ ଷ୍ଟାମ୍ପ୍‌ ଲଗାଯିବ। ଲକ୍ଷଣ ନଥିବା ଯାତ୍ରୀମାନେ ମୁଖ୍ୟତଃ ନିଜ ଗାଡିରେ ଯିବେ। ନିଜ ଗାଡି ନଥିବା ଯାତ୍ରୀଙ୍କ ପାଇଁ ସୀମିତ କ୍ୟାବ୍‌ ବ୍ୟବସ୍ଥା କରାଯିବ । ଭୁବନେଶ୍ବର ଓ କଟକ ଯିବାକୁ ଥିବା ଯାତୀ ସିଟି ବସ୍‌ରେ ଯାଇପାରିବେ । ଘରେ ପହଞ୍ଚିଲେ ସେମାନେ ୨୮ ଦିନ ପାଇ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବେ । କ୍ବାରେଣ୍ଟିନରେ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର୍‌ ଲଗାଯିବ। ସେମାନେ ଚାହିଁଲେ ହୋଟେଲ୍‌ରେ ପେଡ୍‌ କ୍ବାରେଣ୍ଟିନ୍‌ରେ ରହିପାରିବେ । କାହା ଦେହରେ ଲକ୍ଷଣ ଦେଖାଗଲେ ବା ଦେହ ଖରାପ ହେଲେ ସେମାନେ ନିଜ ହସ୍ପିଟାଲ ଯିବେ ନାହିଁ । ୧୦୪କୁ ଫୋନ୍‌ କଲେ ସରକାର ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିବେ । କରୋନା ଲକ୍ଷଣ ଦେଖାଗଲେ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ।
ସ୍ବତନ୍ତ୍ର ରେଳ ଯୋଗେ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ । ରେଳ ଯାତ୍ରା କରୁଥିବା ଲୋକେ ଇ- ଟିକେଟ୍‌କୁ ପାସ୍‌ ଭାବେ ବ୍ୟବହାର କରିହେବ। ବାଲେଶ୍ବର ଓ ଭୁବନେଶ୍ବରରେ ଓହ୍ଲାଇବା ବେଳେ ଷ୍ଟେସନ ସିଲ୍‌ ହେବ । ଷ୍ଟେସନରେ ଥିବା ସ୍ବତନ୍ତ୍ର କେନ୍ଦ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ । କାହାର ଲକ୍ଷଣ ବାହାରିଲେ ସେମାନଙ୍କୁ ହସ୍ପିଟାଲ ପଠାଯିବା ପାଇଁ ବ୍ୟବସ୍ଥା ହେବ । ଷ୍ଟେସନ ଓ ବିମାନ ବନ୍ଦରରୁ ବାହାରି ଯାତ୍ରୀମାନେ ରାସ୍ତାରେ କେଉଁଠି ରହିବେନି । ସିଧା ହୋମ୍‌ ବା ପେଡ୍‌ କ୍ବାରେଣ୍ଟିନ୍‌ ଯିବେ । ସମସ୍ତ ଯାତ୍ରୀମାନେ କ୍ବାରେଣ୍ଟିନ ନିୟମ କଡାକଡି ପାଳନ କରିବେ, ନ ହେଲେ ଏପିଡେମିକ୍‌ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ । କେହି କ୍ବାରେଣ୍ଟିନ୍‌ ଭାଙ୍ଗିଲେ ତାଙ୍କୁ ସରକାରୀ କ୍ବାରେଣ୍ଟିନ୍‌ ଅଣାଯିବ ବୋଲି ସୂଚନା ରହିଛି । କ୍ବାରେଣ୍ଟିନ୍‌ ନିୟମ ଭାଙ୍ଗିଲେ ଏପିଡେମିକ୍‌ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ