ବିମାନ ଦୁର୍ଘଟଣାରେ ୧୪ ମୃତ
ନୂଆଦିଲ୍ଲୀ – କଜାକିସ୍ତାନରେ ବିମାନ ଦୁର୍ଘଟଣାଗ୍ରସ୍ତ ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା କଜାକିସ୍ତାନର ଏକ ବିମାନ ଦୁଇ ମହଲା ଘରେ ଧକ୍କା ହେବାଫଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ବିମାନଟି କଜାକିସ୍ତାନର ବଡ ସହର ଅଲ୍ମାଟୀରୁ ନୂରସୁଲତାନ ଯାଉଥିଲା । ଉଡାଣ ଭରିବାର କିଛି ସମୟ ମଧ୍ୟରେ ଧକ୍କା ହୋଇଥିଲା। ଏହି ବିମାନରେ ୧୦୦ ଜଣ ଯାତ୍ରୀଙ୍କ ସହ ୫ ଜଣ କ୍ରୂ ସଦସ୍ୟ ଥିଲେ । ବିମାନ ଦୁର୍ଘଟଣା ହେବାପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।


