ବିମାନ ବନ୍ଦରରେ ଖୋଲିବ ୟୁରିନ ସଂରକ୍ଷଣ କେନ୍ଦ୍ର

ଭାରତ ଚାହିଁଲେ ବିଦେଶରୁ ୟୁରିଆ ଆମଦାନୀ ବନ୍ଦ କରିପାରିବ। ଚାଇନା, ଇରାନ ଓ ଓମାନ ଭଳି ଦେଶରୁ ଭାରତକୁ ୟୁରିଆ ଆମଦାନୀ କରିବାକୁ ପଡ଼ିବ ନାହିଁ। ଏଭଳି କହିଛନ୍ତି, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସେ କହିଛନ୍ତି, ମଣିଷର ପରିଶ୍ରାରେ ଯେତେ ୟୁରିଆ ଅଂଶ ରହିଛି ତାହା ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବାରେ ଯଥେଷ୍ଚ। ଭାରତର ଜନସଂଖ୍ୟା ଏହାକୁ ପୂରଣ କରିପାରିବ। ନାଗପୁରଠାରେ ଏକ କର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ କହିଛନ୍ତି, ଯୁବ ଉଦ୍ୟୋଗୀ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌। ଏହି ଅବସରରେ ସେ ଭାରତୀୟ ବିମାନ ବନ୍ଦରଗୁଡ଼ିକରେ ୟୁରିନ୍‌ ସଂଗ୍ରହ କରିବାର ପ୍ରସ୍ତାବ ଦେଇଛନ୍ତି। କହିଛନ୍ତି, ଯଦି ଦେଶର ସମସ୍ତ ବିମାନ ବନ୍ଦରରେ ୟୁରିନ୍‌ ସଂଗ୍ରହ କରାଯାଇ ପାରନ୍ତା ତେବେ ଆମକୁ ବିଦେଶରୁ ୟୁରିଆ ଆମଦାନୀ କରିବାକୁ ପଡ଼ନ୍ତା ନାହିଁ। କିନ୍ତୁ କେହିବି ମୋର ଏଭଳି ଚିନ୍ତାଧାରା ଉପରେ ଧ୍ୟାନ ଦେଉ ନାହାନ୍ତି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଗଡ଼କରୀ କହିଥିଲେ ଯେ, ସେ ତାଙ୍କ ନିଜ ପରିଶ୍ରାକୁ ସଂରକ୍ଷଣ କରି ନିଜ ବଗିଚାରେ ବ୍ୟବହାର କରୁଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ