ବିରଜା ଗଳ୍ପ ଗୌରବ ସମ୍ମାନ ପାଇଲେ ଜନ୍ମଜୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିରଜାକୃପା ସାହିତ୍ୟ ପରିବାରର ଦ୍ୱିତୀୟ ବାର୍ଷିକ ଉତ୍ସବରେ ବିରଜା ଗଳ୍ୱ ଗୌରବ ସମ୍ମାନରେ ଯୁବକବି ଜନ୍ମଜୟ ନାୟକଙ୍କୁ ସମ୍ମାନୀତ କରାଯାଇଛି । ଯାଜପୁରର ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ସଭାପତି ବିଦ୍ୟୁତପ୍ରଭା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦ୍ୱିତୀୟ ବାର୍ଷିକ ଉତ୍ସବରେ ସମ୍ପାଦକ ବୈଦ୍ୟନାଥ ପଣ୍ଡା, ମୁଖ୍ୟ ଉପଦ୍ଦେଷ୍ଟା ଭୁପତି ଭୁଷଣ ମିଶ୍ର, ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ଡ. ଶ୍ୟାମାପଦ ମିଶ୍ର, ଅଭୟ ସୁତାର ପ୍ରମୁଖ କବି ଜନ୍ମଜୟଙ୍କୁ ମାନପତ୍ର, ଉତ୍ତରୀୟ ପ୍ରଦାନ ପୁର୍ବକ ‘ବିରଜା ଗଳ୍ପ ଗୌରବ’ ସମ୍ମାନରେ ସମ୍ମାନୀତ କରିଛନ୍ତି । ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଜନ୍ମଜୟ ଜଣେ ଆଗଧାଡିର କବି, ଗାଳ୍ପିକ ଭାବେ ସମଗ୍ର ଓଡିଶାରେ ବେଶ ପରିଚିତ । ସେ ପୁର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ପେଷାରେ ଜଣେ ଗଣିତ ଓ ବିଜ୍ଞାନ ଶିକ୍ଷକ ହୋଇଥିଲେବି ସାହିତ୍ୟ ପ୍ରତି ଥିବା ତାଙ୍କର ନିଷ୍ଠା ଓ ଏକାଗ୍ରତା ତାଙ୍କୁ ଅଧିକ ଲୋକପ୍ରୀୟ କରିପାରିଛି । ସେ ଛାତ୍ର ଜୀବନରୁ ସାହିତ୍ୟ ସାଧନା ଜାରି ରଖିଥିବାବେଳେ ବିଭିନ୍ନ ସମ୍ବାଦପତ୍ର, ପତ୍ରିକା ଓ ପୁସ୍ତକ ସଙ୍କଳନରେ ତାଙ୍କର ଗପ, କବିତା ସ୍ଥାନିତ ହୋଇ ପାଠକୀୟ ଆଦୃତି ଲାଭ କରିପାରିଛି ।