ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା

ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ବୁଗୁଡା ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । କ୍ରୀଡା ସମାରୋହକୁ ମୁଖ୍ୟ ଅତିଥୀ ରୁପେ ଯୋଗଦେଇ ଉଦଘାଟିତ କରିଥିଲେ । ଜାତୀୟ ସ୍ତରରେ କ୍ରୀଡାବିତ ସମୀର ପାଣିଗ୍ରାହୀ , ଅନୁଷ୍ଠାନର ମୁଖ୍ୟ ପରିଚାଳକ ଏ. ଚନ୍ଦନ ଚର୍ଚ୍ଚିତ ପାତ୍ର ଉଦଘାଟନ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ , ଅଧ୍ୟକ୍ଷ ବାଳ ଗୋପାଳ ଶତପଥୀ , ସିକୁଳାଇ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ବି. ଗୋପାଳ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବିରଞ୍ଚି ନାରାୟଣ ମନ୍ଦିରରୁ କ୍ରିଡାଙ୍ଗନାକୁ ଏକ ଶୋଭାଯାତ୍ରାରେ ମଶାଲ ଅଣାଯାଇଥିଲା । ପ୍ୟାରେଡ ପରିଚାଳନା ଓ କ୍ରୀଡା ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଟି. ଈବାନୀ , ପ୍ରଭାତ କୁମାର ସାହୁ , ମିନାକ୍ଷୀ ସୁବୁଦ୍ଧି , ମହେଶ ଚନ୍ଦ୍ର ଦାଶ , ଭଟି ଦାଶ , ମମତା ଚୌଧୁରୀ ଓ ଗୀତାଞ୍ଜଳୀ ଚୌଧୁରୀ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ