ବିରଞ୍ଚିପୁରରେ ” ମୋ ଗାଁ ରେ ତହସିଲ “

ବୁଗୁଡା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜାନୁୟାରୀ ୧୫ ତାରିଖ ଦିନ ବିରଞ୍ଚିପୁର ର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ” ମୋ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଦ୍ୱାରା ନିଜ ପଞ୍ଚାୟତ ତଥା ନିଜ ଘର ନିକଟରେ ଜନସାଧାରଣ ଆବଶ୍ୟକ କାଗଜପତ୍ର ସୁବିଧାରେ ପାଇ ପାରୁଛନ୍ତି। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୪୫ ଜଣଙ୍କୁ ଜମି ପଟ୍ଟା ଓ ଅନ୍ୟାନ୍ୟ ଦଲିଲ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦ୍ବିତୀକୃଷ୍ଣ ଗୌଡ଼, ଏମ.ରଞ୍ଜନ, ଲିଙ୍ଗରାଜ ସାହୁ, ଓ ନରେନ୍ଦ୍ର ଗୌଡ଼ ଚାରି ଜଣ ରାଜସ୍ବ ନିରୀକ୍ଷକ ଙ୍କ ସମେତ ବୁଗୁଡା ତହସିଲ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ