ବିରଳା ଟାୟାର୍ସ-ବାଲେଶ୍ୱର ଆଲୋଏଜ କାର୍ଯ୍ୟକ୍ଷମ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲାର ଆର୍ଥିକ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉତ୍ତର ଓଡ଼ିଶାର ଦୁଇ ବୃହତ ଶିଳ୍ପାନୁଷ୍ଠାନ ବିରଳା ଟାୟାର୍ସ ଓ ବାଲେଶ୍ୱର ଆଲୋଏଜର ବନ୍ଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜିଲାର ସଚେତନଶୀଳ ବ୍ୟକ୍ତିମାନେ । ଏହି ଦୁଇ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ନେଇ ସରକାର ଉଚିତ ପଦକ୍ଷେପ ନ ନେଲେ ଆସନ୍ତା ୧୪ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ପାଇଁ ଚେତବନୀ ଦେଇଛନ୍ତି ଯୁବନେତା ବିକ୍ରମ ପଣ୍ଡା ତଥା ତାଙ୍କର ସହଯୋଗୀମାନେ ।ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ଫାଣ୍ଟାସିରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବିକ୍ରମ ପଣ୍ଡା, ବିକାଶ ପାଢ଼ୀ, କୃଷକ ନେତା ଅରୁଣ ଜେନା ପ୍ରମୁଖ ଏଥିରେ ଯୋଗଦେଇ ବାଲେଶ୍ୱର ଜିଲାର ଶିଳ୍ପାୟନ କ୍ଷେତ୍ରରେ ଦେଖା ଦେଇଥିବା ଦୁଃସ୍ଥ ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । ତେବେ ବାଲେଶ୍ୱର ଜିଲାର ଆର୍ଥିକ ଉନ୍ନତି ସାଙ୍ଗକୁ ବେକାରୀ ସମସ୍ୟା ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ଶିଳ୍ପାନୁଷ୍ଠାନ ‘ବିରଳା ଟାୟାର୍ସ’ ଓ ‘ବାଲେଶ୍ୱର ଆଲୋଏଜ’ଗତ କିଛିବର୍ଷ ଧରି ଋଗଣ ହେବା ସହ ଏବେ ବନ୍ଦ ହୋଇଯାଇଛି । ୫ ହଜାରରୁ ଅଧିକ ଶ୍ରମିକ ଏବେ ଦାଣ୍ଡରେ ଭିକାରି ହୋଇଛନ୍ତି । ଇତିମଧ୍ୟରେ ବହୁ ନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକ କ୍ଷମତାକୁ ଆସିଛନ୍ତି ଓ କାର୍ଯ୍ୟକାଳ ଶେଷ ପରେ ଚାଲିଯାଇଛନ୍ତି । ମାତ୍ର ଦୁଇ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ନେଇ କେହି ଟିକିଏ ହେଲେ ଉଦ୍ୟମ କରି ନାହାନ୍ତି । ତୁରନ୍ତ ସରକାର ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ୧୪ ତାରିଖରେ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ ହେବ ବୋଲି ଯୁବନେତା ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି । ଜିଲାର ସ୍ୱାର୍ଥରକ୍ଷା ପାଇଁ ଏହି ଅଭିଯାନକୁ ସଫଳ କରିବା ପାଇଁ ପ୍ରତ୍ୟେକ ବର୍ଗରୁ ସହଯୋଗ ନିମନ୍ତେ ସେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୁକୁଲୁ ଘଡ଼େଇ, ସୁଶାନ୍ତ ରଣା, ମନୋଜ କୁମାର ନାୟକ, ସଂଯୁକ୍ତାରାଣୀ ବେହେରା, ସାହେବା ଅକ୍ତର, ବିନତୀ ବାରିକ, ଅନୀତା ଜେନା, ପ୍ରତୀମା ପଣ୍ଡା, ହ୍ରିତୀକ ନାୟକ, ଶେଖ ଅରଫାନ, କାର୍ତ୍ତିକେଶ୍ୱର ମାଝୀ, ଚିତ୍ତରଂଜନ ନାୟକ, ସୃଷ୍ଟିଧର ଜେନା, ଜ୍ଞାନେନ୍ଦ୍ର ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ