ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ପାଳଦା ଗ୍ରାମର କିଛି ଯୁବକ ଆଜି ସନ୍ଧ୍ୟାରେ ଏକ ବିରଳ ଗରୁଡ଼ ପକ୍ଷୀକୁ ଉଦ୍ଧାର କରିଛନ୍ତି । ପକ୍ଷୀଟି ସ୍ଥାନୀୟ ହନୁମାନ ମନ୍ଦିର ନିକଟ ଗଛରେ ବସିଥିବା ବେଳେ ତଳକୁ ଖସି ପଡ଼ିଥିଲା । ଠିକ ଏହି ସମୟରେ କିଛି ବୁଲା କୁକୁର ପକ୍ଷୀଟିକୁ ନିଜ ଶିକାର ଭାବି ଟଣା ଓଟରା କରିଥିଲେ । ଖବର ଜାଣିବା ପରେ ଗ୍ରାମର ସ୍ଵେଛାସେବୀ ଯୁବକ ଲିପନ ସାହୁଙ୍କ ସମେତ ସାଥି ମାନେ ସେଠାରେ ପହଂଚି ପକ୍ଷୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପକ୍ଷୀଟି ଏବେ ଗାଁ ସ୍ଵେଛାସେବୀ ଯୁବକଙ୍କ ନିକଟରେ ରହିଥିବା ବେଳେ ଏହାକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ ଜମିଥିବା ଜଣାଯାଇଛି । ଏନେଇ ବନ ବିଭାଗକୁ ଖବର ଦିଆଯାଇଛି ।


