ବିରଳ ଗାଁ : ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ କରୁଛନ୍ତି । ଏଠାରେ ଅତ୍ୟାଧୁନିକ କୃଷି ପ୍ରଣାଳୀ ବ୍ୟବହାର କରି କୋଟିପତି ପାଲଟିଛନ୍ତି କୃଷକ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ହିବ୍‌ରେ ବଜାର ଗାଁ ଏସବୁଠୁ ଅଲଗା । ଏଠାକାର କୃଷକ ଆତ୍ମହତ୍ୟା କରନ୍ତି ନାହିଁ, ବରଂ ଭଲ ଏବଂ ଉନ୍ନତ କୃଷି ପ୍ରଣାଳୀର ଉପଯୋଗ କରି କୋଟିପତି ହୁଅନ୍ତି । ଗାଁର ଜନସଂଖ୍ୟା ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ । ଏମାନଙ୍କ ମଧ୍ୟରେ କିନ୍ତୁ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷକ କୋଟିପତି । ପ୍ରକୃତରେ ୧୯୯୦ରେ ଏଠାରେ ୯୦ ପ୍ରତିଶତ ପରିବାର ଗରିବ ଶ୍ରେଣୀର ଥିଲେ । ୮୦-୯୦ ଦଶକରେ ଭୟଙ୍କର ମରୁଡ଼ି ପଡ଼ିଥିଲା । ପିଇବାକୁ ପାଣି ଟୋପାଏ ବି ମିଳିଲାନି । ଲୋକେ ନିଜକୁ ବଞ୍ଚାଇବାକୁ ଏକଜୁଟ୍ ହେଲେ । ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟର ଏକ କମିଟି ଗଠନ କରି କୂଅ ଖୋଳିବା ଏବଂ ଗଛ ଲଗାଇଲେ । ଏହି କାମରେ ମହାରାଷ୍ଟ୍ର ଏମ୍ପେ୍ଲାୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍ ଆଧାରରେ ଫଣ୍ଡ୍ ମିଳିଲା । ୧୯୯୯୪-୯୫ ବେଳକୁ ଏହା ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହେଲା । ଏବେ ଗାଁରେ ପ୍ରାୟ ୩୪୦ଟି କୂଅ ରହିଛି । ପ୍ରତିବର୍ଷ ଗାଁର ଆୟ ବଢ଼ିଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ