ବିରଳ ପ୍ରଜାତିର ଆହାତ ଫିସିଙ୍ଗ କ୍ୟାଟ ଉଦ୍ଧାର

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ସେକ୍ସନର ସାପୁଆପଲ୍ଲୀ ଗ୍ରାମର ପୋଖରୀ ନିକଟରୁ ଏକ ବିରଳ ପ୍ରଜାତିର ଆହାତ ଅଣ୍ଡିରା ଫିସିଙ୍ଗ କ୍ୟାଟ ବୁଧବାର ଉଦ୍ଧାର କରାଯାଇଛି । ଖବର ପାଇ ମାଣିତରା ବନପାଳ ସରସ୍ୱତୀ ନାୟକ ଓ ବନରକ୍ଷୀ ସବିତା କୁମାରୀ ସାହୁ ଘଟଣା ସ୍ଥଳରେ ପହଞ୍ଚି ଆହାତ ଫିସିଙ୍ଗ କ୍ୟାଟକୁ ଉଦ୍ଧାର କରି ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ଏକ ଚାରିଚାକିଆ ଯାନରେ ବୁଗୁଡା ପ୍ରାଣୀଧନ ଚିକିତ୍ସାଳୟକୁ ନେଇଥିଲେ।ସେଠାରେ ଡାକ୍ତର ଲକ୍ଷ୍ମୀଧର ବେହେରା ଆହାତ ଫିସିଙ୍ଗ କ୍ୟାଟକୁ ଚିକିତ୍ସା କଲାପରେ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇ ସେଠାରେ ରଖା ଯାଇଛି। ଚିକିତ୍ସା ପରେ ବନ୍ୟ ପ୍ରାଣୀ ଫିସିଙ୍ଗ କ୍ୟାଟର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଡ଼ିଛି। ଏହି ବିରଳ ପ୍ରଜାତିର ବନ୍ୟ ପ୍ରାଣୀର ମୁହଁ ବାଘମୁହଁ ଓ ଲମ୍ବାରେ କୁକୁର ସଦୃଶ୍ୟ ହୋଇଥିବା ଯୋଗୁଁ ଏହା ଏକ ବାଘ ବୋଲି ଅଞ୍ଚଳବାସୀଙ୍କ ଧାରଣା ଥିଲା।ଏହି ବନ୍ୟ ପ୍ରାଣୀ ସାଧାରଣତଃ ଜଳ ମଧ୍ୟରୁ ମାଛ ଶିକାର କରି ଖାଉଥିବା ଯୋଗୁଁ ଏହାର ନାମ ଫିସିଙ୍ଗ କ୍ୟାଟ ରଖା ଯାଇଛି। ବନାଞ୍ଚଳରେ ଥିବା ଏହି ଚିକିତ୍ସାଧୀନ ଫିସିଙ୍ଗ କ୍ୟାଟ ସମ୍ପୂର୍ଣ ସୁସ୍ଥ ହେବାପରେ ପୁଣି ଜଙ୍ଗଲରେ ଛାଡିଦିଆ ଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ