ବିରଳ ପ୍ରଜାତିର ରଙ୍ଗିନୀ ଚମଚଟେଇ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍):ବୁଗୁଡା ବ୍ଲକ ଅନ୍ତର୍ଗତ ନଗୁଡୁ ଗ୍ରାମରେ ଏକ ବିରଳ ପ୍ରଜାତିର ଚମଚଟେଇ ଦେଖିବାକୁ ମିଳିଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖଦାଳ ଖଟେଇ ନିଜ ବାସଭବନରେ ଏହି ବିରଳ ପ୍ରଜାତିର ଚମଚଟେଇଟି ଦେଖି ଆମ ପ୍ରତିନିଧିଙ୍କୁ ଜଣାଇଥିଲେ । ଆମ ପ୍ରତିନିଧି ବିରଳ ପ୍ରଜାତିର ଚମଚଟେଇର ଫୋଟୋକୁ ବୁଗୁଡାର ପୂର୍ବତନ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିକଟକୁ ପଠାଇ ଏହି ବିରଳ ପ୍ରଜାତିର ପ୍ରାଣୀ ବିଷୟରେ ବୁଝିଥିଲେ।ଶ୍ରୀ ସାହୁ ଏହା ଏକ ରଙ୍ଗିନୀ ଜାତିର ଚମଚଟେଇ ବୋଲି ପ୍ରକାଶ କରିଥିଲେ।


