ବିରାଗୁଡା ବିଦ୍ୟାଳୟରେ ଶିକ୍ଷା ଅଙ୍କୁର-ଅତିଥିଙ୍କ ସହ ବାର୍ତ୍ତାଳପ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ଅର୍ନ୍ତଗତ ବୁଡ୍ରୁକିଆ ପଂଚାୟତର ବିରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଅଙ୍କୁର ୩ୟ ପର୍ଯ୍ୟାୟ ପାଳନ ଅବସରରେ ଅତିଥିଙ୍କ ସହ ବାର୍ତ୍ତାଳପ କାର୍ଯ୍ୟକ୍ରମ ଅତିସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଅତିଥୀ ଭାବେ ଶିକ୍ଷାବିତ ଅବସରପ୍ରାପ୍ତ ଅଧକ୍ଷ ଡଃ ମଧୁସୁଦନ ମହାପାତ୍ର,ରାଜସ୍ୱ ବିଭାଗର ସୁରେନ୍ଦ୍ର ନାଥ ସାହୁ, ସଫଳ କୃଷକ ତଥା ସ୍ଥାନୀୟ ବିଦ୍ୟାଳୟ ପରିଚାଲନା କମିଟି ସଭାପତି ଲଣ୍ଡା ମଳିକ,ଓାର୍ଡମେମ୍ବର ସୁଷମା ମଳିକ,ବ୍ୟବସାୟୀ ପରମେଶ୍ୱର ମଳିକ.ଗୃହିଣୀ ସଂଜବତୀ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ୱାଗତ ସଙ୍ଗିତ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ ।ମ୍ୟୁ ଅତିଥି ଶ୍ରୀ ମହାପାତ୍ର ଅଧକ୍ଷ ମହୋଦୟ ଛାତ୍ରଛାତ୍ରୀଙ୍କ ସହ ବାର୍ତାଳପ ବେଳେ ଅତିଥି କାହାକୁ କହନ୍ତି ,ପିଲାଙ୍କ ବ୍ୟବହାର କୁଷଳପ ଓ କେତେକ ଧନ୍ଦାମୁଳକ ପ୍ରଶ୍ନଉତ୍ତର ରଖିଥିଲେ,ଛାତ୍ରଛାତ୍ରୀଙ୍କ ଦ୍ୱାରା ବାର୍ତାଳପ ବି ଚତ୍ମକାର ଥିଲା । ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ପିଲା ଛାତ୍ରବୃତି ନିମନ୍ତେ କିପରି ଜମି ପଟ୍ଟା ଦାଖଲ କରିବେ ତାରି ଉପରେ ବୁଜାଇଥିଲେ ରାଜସ୍ୱ ବିଭାଗର ଶ୍ରୀ ସାହୁ ।ଇକୋ କ୍ଲବ କାର୍ଯ୍ୟ,ଋତୁ ସମ୍ବନ୍ଧିୟ ଚାଷ ସହ ପ୍ରତି ଛାତ୍ର ଗୋଟିଏଗୋଟିଏ ଗଛ ଲଗାଇବାକୁ ଆହ୍ୱନ କରିଥିଲେ ଏବଂ ପିଲାମାନେ ନିୟମିତ ସ୍କୁ ଆସିବା ଓ ଶୃଙ୍ଖଳା ରକ୍ଷାକରିବା ଆଦି ଉପରେ ଉପଦେଶ ଦେଇଥିଲେ । ସିଆରସିସି ବନବିହାରୀ ଦିଗାଳ ଓ ଶିକ୍ଷକ ଅଲେଖ ରଣା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ।ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ