ବିରିସିଂ ଓ ଜଗନ୍ନାଥ ମନ୍ଦିରର ହୁଣ୍ଡୀ ଭାଙ୍ଗି ଦାନ ଟଙ୍କା ଲୁଟ, ମାଙ୍କ ସୁନା ଅଳଙ୍କାର କୁ ମଧ୍ୟ ଛାଡିଲେନି ଦୁବୃତ୍ତ, ପୋଲିସ ର ତଦନ୍ତଜାରି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ଥାନା ଅନ୍ତର୍ଗତ ବିରିସିଂ ଓ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଟଙ୍କା ନେବା ସହିତ ବିରିସିଂ ମା ଙ୍କ ସୁନା ଅଳଙ୍କାର ଗୁଡିକ ମଧ୍ୟ ଦୁର୍ବୃତ୍ତ ମାନେ ଚୋରି କରିଥିବା ଜଣାପଡିଛି l ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ର ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ନିକଟରେ ଥିବା ବିରିସିଂ ପୀଠ ରେ ମା ବିରିସିଂ ଓ ଶ୍ରୀ ଜଗନ୍ନାଥ ଙ୍କ ତିନୋଟି ଦାନ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଚୋରି କରିବା ସହିତ ତାଲା ଭାଙ୍ଗି ମାଙ୍କ ସୁନା ଅଳଙ୍କାର ଗୁଡିକ ଲୁଟ କରିଥିବା ଅଭିଯୋଗ ହୋଇଛି । ଏହା ସହିତ ଉଭୟ ମନ୍ଦିରର ପୂଜକ ଶୋଇଥିବା ବେଳେ ଦୁବୃତ୍ତ ମାନେ ବାହାର ପଟୁ କବାଟ ର ଗେଡା ପକାଇ ସେଠାରୁ ଦୁବୃତ୍ତ ମାନେ ଚମ୍ପଟ ମାରିଥିବା ଜଣାପଡିଛି, ସକାଳୁ ପୂଜକ ମନ୍ଦିରର ପୂଜକ ମାନେ ଏହା ଜାଣିବା ପରେ ଘଟଣା ସମ୍ପର୍କରେ ମନ୍ଦିର କମିଟିକୁ ସୂଚନା ଦେଇଥିଲେ, ଏନେଇ ମନ୍ଦିର କମିଟି ପକ୍ଷରୁ ଛତ୍ରପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ଘଟଣା କୁ ଗୁରୁତ୍ୱ ନେଇ ଛତ୍ରପୁର ଥାନା ର ସବ ଇନିସପେକ୍ଟର ବିଶ୍ୱଜିତ ନାୟକ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି, ଅନ୍ୟପଟେ ହୁଣ୍ଡୀ ରେ ଥିବା କେତେ ଟଙ୍କା ସଠିକ ଜଣାପଡି ନଥିଲେ ମଧ୍ୟ ମାଙ୍କ ଅଳଙ୍କାର ଓ ହୁଣ୍ଡୀ ଗୁଡିକ ରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସ୍ଥାନୀୟ ବାସିନ୍ଦା ଆକଳନ କରୁଛନ୍ତି, ପାର୍ବଣ ଋତୁ ଚାଲିଥିବା ବେଳେ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବୀ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ