ବିରୁଡ଼ିଁ ଆକ୍ରମଣରେ ୮ରୁ ଉର୍ଦ୍ଧ ଆହତ, ଜଣେ ଗୁରୁତର ମେଡିକାଲ୍ ରେ ଭର୍ତ୍ତି
ମୋହନା, (ଅଂଶୁମାନ ପଣ୍ଡା):ବିରୁଡ଼ି ଆକ୍ରମଣରେ ୮ରୁ ଉର୍ଦ୍ଧ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ବୃଦ୍ଧାଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ବିରୁଡିଁ ଆକ୍ରମଣ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ପଂଚାୟତ ର ଚାଞ୍ଚଡ଼ାଗୁଡ଼ା ଗାଁ ଲୋକେ ରାସ୍ତାରେ ଯାଉଥିବା ବେଳେ ରାସ୍ତା କଡ଼ରେ ଏକ ଗଛରେ ବିରୁଡି ବସାରୁ ବିରୁଡ଼ି ଆସି ଗ୍ରାମବାସୀଙ୍କୁ ଆକ୍ରମଣ କରିଛି। ଏଥିରେ ଗାଁର ୮ରୁ ଉର୍ଦ୍ଧ ଜଣ ଆହତ ହୋଇଛନ୍ତି ସେମାନେ ହେଲେ ଭାସ୍କର ମଲିକ, ରମେଶ ମଲ୍ଲିକ, ଗଣେଶ ମଲିକ, ବେଲଙ୍ଗଲୁ ମଲିକ ସମେତ ଅନ୍ୟ ମାନେ ଆହାତ ହୋଇଥିବା ବେଳେ ଗାଁର ଋତୁଙ୍ଗାଲୁ ମଲ୍ଲିକ ଗୁରୁତର ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଓସ୍ଥା ମେଡିକାଲରେ ଭର୍ତ୍ତି କରିଛନ୍ତି । ଲୋକେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି । ଏନେଇ ବାନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି କର୍ମଚାରୀ ଗାଁରେ ପହଞ୍ଚି ନାହାଁନ୍ତି । ସେପଟେ ବନ ବିଭାଗ ଅଧିକାରୀ କହିଛନ୍ତି ଆମେ କୁଭଳୀ ଘୁଡ଼ିବୁ ସେମାନେ ଘୁଡ଼ନ୍ତୁ ଗ୍ରାମ ବାସୀ ଧୂଆଁ କରି ଘୁଡିବା ପାଇଁ ପ୍ରୟାସ ରଖିଥିଲେ କିନ୍ତୁ ଗଛ ଛାଡି ଯାଉନାହାନ୍ତି ବିରୁଡି