ବିରୁଳି ଶିବ ଅର୍ଚ୍ଚକ ସମାଜର ବାର୍ଷିକ ସମାବେଶ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଂଚାୟତର ସାନଗୋପାଳପୁର ଗ୍ରାମସ୍ଥିତ ଶ୍ରୀଶ୍ରୀ ମଲିକେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ବିରୁଳି ଶିବ ଅର୍ଚ୍ଚକ ସମାଜର ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶିବ ଅର୍ଚ୍ଚକ ସମାଜର ଗଞ୍ଜାମ ଜିଲ୍ଲା ସମ୍ପାଦକ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦଣ୍ଡପାଣି ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିବ ଅର୍ଚ୍ଚକ ସମାଜ ତଥା ମାଳି ଜାତିର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମାଜର ସଭାପତି ଶ୍ରୀ ପବନା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଶ୍ରୀ ନିରଞ୍ଜନ ମହାପାତ୍ର ସଂଯୋଜନା କରିଥିଲେ ।ବାଉରୀବନ୍ଧୁ ମହାପାତ୍ର ,ସୁଦର୍ଶନ ମହାପାତ୍ର,ଭଗବାନ ମହାପତ୍ର,ଶରତ ମହାପାତ୍ର,ମହେଶ୍ୱର ମହାପାତ୍ର ଏବଂ ପୂର୍ବତନ ସଭାପତି ଶ୍ରୀ ଅର୍ଜୁନ ମହାପାତ୍ର ଆଦି ଉପସ୍ଥିତ ଥିଲେ ।ଏହି ଅବସରରେ ଗଞ୍ଜାମ ବ୍ଲକ ଶିବ ଅର୍ଚ୍ଚକ ସମାଜରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ମାନପତ୍ର କରିବା ସହ ଦୁଇଜଣ ଟପ୍ପର ସୁଜିତ ମହାପାତ୍ର(ବାଳକ),ରିଜମା ମହାପାତ୍ର(ବାଳିକା)ଙ୍କୁ ମାନପତ୍ର (ଇସାନ ପୁତ୍ର) ସହ ୧୦୦୧ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।ଶେଷରେ ସମାଜର ସମ୍ପାଦକ ଶ୍ରୀ ଲକ୍ଷ୍ମୀ ଚରଣ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।