ବିରୂପା କଲେଜରେ ଆନ୍ତର୍ଜାତୀକ ଯୋଗ ଦିବସ
କେନ୍ଦ୍ରାପଡା : ଇନ୍ଦିପୁରସ୍ଥିତ ବିରୂପା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ଆନୁଷ୍ଠାନିକ ଭାବେ ଯୋଗ ଶିବିରକୁ ଉଦଘାଟନ କରିଥିଲେ । ଯୋଗ ପ୍ରଶିକ୍ଷକ ସଞ୍ଜୟ କୁମାର ମଥାନ ଉପସ୍ଥିତ ଛାତ୍ରଛାତ୍ରୀ,ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଯୋଗର ଉପଯୋଗିତା ସମ୍ପର୍କରେ ସୂଚନା ପ୍ରଦାନ ସହ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏହି ଶିବିରରେ ଜାତିୟ ସେବା ଯୋଜନାର ୟୁଥ ରେଡକ୍ରସର ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଦାସ,ପ୍ରଭାସ ଚନ୍ଦ୍ର ଜେନା,ପ୍ରସନ୍ନ କୁମାର ଜେନା,ଅଧ୍ୟାପିକା ସୁଜାତା ସାମଲ,ଅକ୍ଷୟ କୁମାର ସାହୁ,ଅଧ୍ୟାପକ ନିଗମାନନ୍ଦ ନାୟକ,ଡଃ.ସଂଗ୍ରାମ କେଶରୀ ରାଉତ,କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ପ୍ରମୁଖ ଉପସ୍ଥିତ ରହି ଯୋଗ ଶକ୍ଷା କରିଥିଲେ ।