ବିରେଧୀ ସଦସ୍ୟଙ୍କ ହଟ୍ଟଗୋଳ ; ଗୃହ ମୁଲତବି

ଭୁବନେଶ୍ବର : ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ୨ୟ ଦିନରେ ମଙ୍ଗଳବାର ରଖାଯାଇଛି। ଚିଟ ଫଣ୍ଡ ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାର ମମତା ବାନାର୍ଜୀଙ୍କୁ ସମର୍ଥନ କରୁଥିବା ପ୍ରତିବାଦରେ ବିଜେପି ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ହୋହାଲ୍ଲା କରିଥିଲେ। କୃଷକଙ୍କ ଋଣ ଠାଡ ନେଇ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।

ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହାପରେ ଜଳ ସଂପଦ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉତ୍ତର ରଖୁଥିବା ବେଳେ ବିରେଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଘଣ୍ଟାଏ ପାଇଁ ମୁଲତବି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ