ବିରୋଧି ବାଣ୍ଟୁଛନ୍ତି ଟଙ୍କା :ପ୍ରଶ୍ନ କରିବାରୁ ଧମକ
କଟକ, (ଯୁଗାବ୍ଦ ନ୍ୟୁଜ) :ପ୍ରାର୍ଥୀଙ୍କୁ ହତ୍ୟା ଧମକ ଅଭିଯୋଗ । କଟକ 50 ନମ୍ବର ୱାର୍ଡର କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ସନ୍ତୋଷ କୁମାର ଭୋଳଙ୍କୁ ମିଳିଛି ହତ୍ୟା ଧମକ । ଗତକାଲି ରାତିରେ ବିରୋଧୀ ଦଳ ଉକ୍ତ ୱାର୍ଡରେ ଟଙ୍କା ବାଣ୍ଟୁଥିଲା ସମୟରେ ପ୍ରଶ୍ନ କରିବାରୁ ସନ୍ତୋଷଙ୍କୁ ଜୀବନରୁ ମାରିଦେବା ପାଇଁ ମିଳିଛି ଧମକ । ତେବେ ଏନେଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି। ଆଜି କଟକ ଅତିରିକ୍ତ ଡିସିପି ଓ ସ୍ଥାନୀୟ ଏସିପି ଓ ପୋଲିସ ଅଧକାରୀ ସନ୍ତୋଷଙ୍କ କାର୍ଯ୍ୟାଳୟରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ରଖିବା ପରେ ଏହି ଦିଗରେ ଅଧିକ ପଚରାଉଚରା ଆରମ୍ଭ କରିଛି ପୋଲିସ । ତେବେ ଶୀଘ୍ର ବିରୋଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପ୍ରାର୍ଥୀ ।


