ବିର୍ଲା ଟାୟାର୍ସକୁ ( ଅଧୁନା ହିମାଦ୍ରୀ କେମିକାଲ ) କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାରର ବ୍ଯବସ୍ଥା କରାଯିବ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵରର ଲାଇଫ ଲାଇନ କୁହାଯାଉଥିବା ବିର୍ଲା ଟାୟାର୍ସକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅହରହ ପ୍ରୟାସ କରିଆସିଛନ୍ତି। ବନ୍ଦ ହୋଇପଡ଼ିଥିବା ସଂସ୍ଥାକୁ ଅଧିଗ୍ରହଣ କରିଥିବା ହିମାଦ୍ରୀ କେମିକାଲର କାର୍ଯ୍ଯକାରୀ ନିର୍ଦେଶକ ସୋମେଶ ସତନାଲିକା, ମାନବ ସମ୍ବଳ ଅଧିକାରୀ ପ୍ରଶାନ୍ତ ସରୋଜ ଓ ତାଙ୍କ ସହକାରୀ ଅଧିକାରୀ ଆଜି ସନ୍ଧ୍ୟାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି କମ୍ପାନୀର ପରିଚାଳନାଗତ ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। କାରଖାନାରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଭିତ୍ତିରେ ପ୍ରାଧାନ୍ୟ ଦେବାକୁ ସାଂସଦ ନିର୍ଦେଶ ଦେଇଥିଲେ। ତତ୍ସହିତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ପାଖରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ।


