ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଳିତ ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚ ଦୁଲୁକିଲା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଗବାନ ବିର୍ସାମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ସାଂସ୍କୃତିକ ସନ୍ଧ୍ୟାରେ କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ଙ୍କ ଆଦିବାସୀ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା l ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱ ରେ କୋଡିଏ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲେ l ବରିଷ୍ଠ କଣ୍ଠ ଶିଳ୍ପୀ ଚରଣ ବିନ୍ଧାଣୀ ଙ୍କ ଲୋକପ୍ରିୟ କୁଇ ଗୀତ “ବାଦୁବାଦୁଲା ରାଧା କୁଞ୍ଜ ବନ ତାନି ସାନା ” ଗୀତ ଓ ନୃତ୍ୟରେ ମଞ୍ଚ ଦୁଲୁକିଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଆଇ. ଟି. ଡ଼ି. ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜାତୀୟ ଜନ ଜାତି ଲୋକ କଳା ସଂଯୋଜକ ନିରଞ୍ଜନ ପଣ୍ଡା, ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅନନ୍ୟାର ଅଧ୍ୟକ୍ଷ ଦୁର୍ଗା ମାଧବ ଆଚାର୍ଯ୍ୟ, ସଂସ୍କାର ଭାରତୀ ର ମୁଖ୍ୟ ଶାନ୍ତନୁ ରଥ ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କଳାକାର ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି କଳାକାର ମାନଙ୍କ ସହିତ ଆଦିବାସୀ ନୃତ୍ୟ ର ତାଳେ ତାଳେ ନାଚିଥିଲେ l ଦେବାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ l