ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ
କେନ୍ଦୁଝର,(ହେମନ୍ତ କୁମାର ମହନ୍ତ):ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୂର୍ବାଞ୍ଚଳରେ ନିଜ ଅଦମ୍ୟ ସାହସ ବଳରେ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିବା ମହାନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସମଗ୍ର ଦେଶରେ ଜନଜାତିୟ ଗୌରବ ଦିବସ ପାଳିତ ହୋଇଯାଇଛି ଏବଂ ଏହି ସ୍ୱତନ୍ତ୍ର ଦିବସ ପାଳନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଜାମୁଇ ଗସ୍ତ କରି ସମଗ୍ର ଦେଶବାସୀଙ୍କ ସହିତ ଆଭାସୀ ମାଧ୍ୟମରେ ଏହି ଦିବସକୁ ପାଳନ କରିବା ସହିତ ଜନଜାତି ବର୍ଗର ଲୋକଙ୍କ ଉନ୍ନତି ନିମିତ୍ତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତିଏହି ପରିପ୍ରେକ୍ଷୀରେ, ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନର ମିଳିତ ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଧର୍ତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ, ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା ବିଭାଗ, ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ସମାରୋହର ଉଦଘାଟନକରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକ, ମାନ୍ୟବର ବିଧାୟକ ତେଲକୋଇ ଡାଃ ଫକୀର ମୋହନ ନାଏକ, ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ରନାଏକ,ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି ଓ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମଂଚାସୀନ ହୋଇଥିଲେ । ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସମ୍ମିଳିତ ଭାବେଆଭାସୀମାଧ୍ୟମରେବିହାରରୁପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ।ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନର ଗାଥା ଆମକୁ ସର୍ବଦା ପ୍ରେରଣା ଯୋଗାଉଥିବ। ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଆଦିବାସୀମାନଙ୍କ ସଂଘର୍ଷ ସୂଚାଏ ଯେ ସେମାନେ ନିଜ ମା’ର ମାନ ମର୍ଯ୍ୟାଦା ପାଇଁ କେତେ ସମ୍ବେଦନଶୀଳ ଓ ସ୍ୱାଭିମାନୀ । ଆହୁରିମଧ୍ୟ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ବିପ୍ଳବୀଗଣଙ୍କ ବୀରତ୍ୱର ଗାଥାକୁ ଲୋକଲୋଚନକୁ ଆଣିବା ପାଇଁ ୨୦୨୧ ମସିହାରୁ ଏହି ଦିବସର ପରିକଳ୍ପନା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥିସହିତ ଶ୍ରୀ ଖୁଣ୍ଟିଆ ଭାରତର ସର୍ବୋଚ୍ଚ ଶାସନ ପଦବୀରେ ମହାମହିମ ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ ଏବଂ ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ଅଧିଷ୍ଠିତ ହୋଇଥିବାରୁ ଆଦିବାସୀ ବର୍ଗର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ହିଁ ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।ସେହିପରି ସାଂସଦ ଶ୍ରୀ ନାୟକ ଆଦିବାସୀ ମାନଙ୍କ ଦେଶପ୍ରେମ ଓ ବଳିଦାନକୁ ଅନାଲୋଚିତ କରି ରଖି ଆଦିବାସୀ ମାନଙ୍କ ଛବିକୁ ଗୌଣ କରି ରଖାଯାଇଥିଲା ହେଲେ ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ସରକାର ଆଦିବାସୀଙ୍କୁ ଅଗ୍ରାଧିକାର ଦେଇଥିବା ପ୍ରକାଶ କରିଥିଲେ ।ଏହି ପରିପ୍ରେକ୍ଷୀରେ, ବାଂଶପାଳ ବ୍ଲକର ବନମାଳୀ ଜୁଆଙ୍ଗ, ଲମ୍ବୋଦର ଜୁଆଙ୍ଗ, ଧନେଶ୍ୱର ଜୁଆଙ୍ଗ, ବିନୋଦ ଜୁଆଙ୍ଗଙ୍କୁ ପିଏମଜନମନ (ଗ୍ରାମୀଣ) ଅନ୍ତର୍ଗତ ଗୃହ ନିର୍ମାଣ ଲାଗି ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ୨ଟି ଗୋଷ୍ଠୀଙ୍କୁ ସମ୍ପ୍ରଦାୟ ଜଙ୍ଗଲ ଅଧିକାର (CFR) ପ୍ରଦାନ କରାଯାଇଥିଲାତତସହିତ ମୁଖ୍ୟମନ୍ତ୍ରୀ ଜୀବନ ଜୀବିକା ମିଶନ ଜରିଆରେ ସଞ୍ଜୁଲତା ମୁଣ୍ଡା, ବିକାଶ ପ୍ରଧାନ, ଲୀଳାବାଳା ପ୍ରଶନ ଓସନ୍ଧ୍ୟାରାଣୀ ନାଏକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।ସୂଚନା ଥାଉକି, ପୂର୍ବାହ୍ନ ପ୍ରାୟ ୧୧ଟାରେ, ବିହାରର ଜାମୁଇ ଠାରେ ପ୍ରଧାନମନ୍ତ୍ରୀ, ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଥିଲେ ଏବଂ ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ୬,୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ।
ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ, କେନ୍ଦୁଝର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳାଇ ପ୍ରମୁଖ ଉପସ୍ଥିତ iଥିଲେ ।ଏହି କାର୍ଯ୍ୟକ୍ରମକୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ଶ୍ରୀ ସୌମ୍ୟ ସାର୍ଥକ ମିଶ୍ର ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ ପରିଚାଳନା କରିଥିଲେ ।